ଅପରାଧ ଦେଶ ବିଦେଶ ରାଜନୀତି

ସିବିଆଇ ଚଢ଼ାଉ ଉପରେ ପ୍ରତିକ୍ରିୟା ଦେଲେ କେ ଚିଦାମ୍ବରମ୍‌, କେତେ ଥର ହେଲା ହିସାବ କରିବା ଭୁଲିଯାଇଛି

ନୂଆଦିଲ୍ଳୀ: ଲାଞ୍ଚ ନେଇଥିବା ଅଭିଯୋଗରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କ ଘର ଏବଂ ଅଫିସ୍‌ ୭ଟି ସ୍ଥାନରେ ଚଢ଼ାଉ କରିଛି ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌(ସିବିଅ‌ାଇ)। ତାଙ୍କ ବାସଭବନରେ ବି ସିବିଆଇ ଚଢ଼ାଉ କରିଥିବା ଜାଣିବାକୁ ମିଳିଛି।

ଚେନ୍ନାଇ, ମୁମ୍ବାଇ, ଓଡ଼ିଶା ଓ ଦିଲ୍ଲୀରେ ଥିବା କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ସହଯୋଗୀମାନଙ୍କ ଘରେ ଏହି ଚଢ଼ାଉ ହୋଇଥିବା ସୂଚନା ରହିଛି। ସିବିଆଇ କାର୍ତ୍ତିଙ୍କ ବିରୋଧ‌ରେ ଏକ ନୂତନ ମାମଲା ରୁଜୁ କରି ଏହି ଚଢ଼ାଉ କରିଛି।

ଏହି ଚଢ଼ାଉ ଉପରେ ପ୍ରତିକ୍ରିୟା ଦେଇ କେ ଚିଦାମ୍ବରମ ଏକ ଟ୍ବିଟ୍‌ କରି ଲେଖିଛନ୍ତି, ‘ମୁଁ ହିସାବ କରିବା ଭୁଲିଯାଇଛି। ଏହା କେତେ ଥରରେ ପହଞ୍ଚିଲା। ନିଶ୍ଚିତ ଭାବେ ଏକ ରେକର୍ଡ କରିଛି।’

ଉଲ୍ଲେଖଯୋଗ୍ୟ, ୨୦୧୦ରୁ ୨୦୧୪ ମସିହା ମଧ୍ୟରେ ପଞ୍ଜାବର ଏକ ଶକ୍ତି ପ୍ରକଳ୍ପ ପାଇଁ ୨୫୦ ଜଣ ଚୀନର ନାଗରିକଙ୍କୁ ଭିସା ପ୍ରଦାନ କରିବାକୁ କାର୍ତ୍ତି ଚିଦାମ୍ବରମ୍‌ ୫୦ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏବେ ଏହି ମାମଲାର ତଦନ୍ତ କରୁଛି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର