ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ସରିଲା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ: ଶିବଲିଙ୍ଗ ମିଳିବାକୁ ନେଇ ବିବାଦ

ବାରଣାସୀ: ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ କାଶୀ ବିଶ୍ବନାଥ ମନ୍ଦିର ନିକଟରେ ଥିବା ଜ୍ଞାନବାପି ମସଜିଦ୍‌ର ଭିଡିଓଗ୍ରାଫି ସର୍ଭେ କାର୍ଯ୍ୟ ଆଜି ଶେଷ ହୋଇଛି। ତୃତୀୟ ଦିନର ସର୍ଭେ ଶେଷ ହେବା ପରେ ଆଇନଜୀବୀ ବିଷ୍ଣୁ ଜୈନ ମସଜିଦ ପରିସରରେ ଥିବା ଏକ କୂଅରୁ ଏକ ଶିବଲିଙ୍ଗ ମିଳିଥିବା ଦାବି କରିଛନ୍ତି। ୧୨ ଫୁଟ ଉଚ୍ଚର ଏବଂ ୮ ଇଞ୍ଚ ଗୋଲେଇର ଶିବଲିଙ୍ଗ ମିଳିଥିବା କୁହାଯାଇଛି। ଭିଡିଓଗ୍ରାଫି ସର୍ଭେ ‌କାର୍ଯ୍ୟ ଶେଷ ହେବା ପରେ ହିନ୍ଦୁ ପକ୍ଷର ଆଇନଜୀବୀ ଶିବଲିଙ୍ଗ ଥିବା ଦାବି କରିବା ପରେ ସେହି ଅଞ୍ଚଳକୁ ସିଲ୍‌ କରିବା ପାଇଁ ଜିଲ୍ଲା ପ୍ରଶାସନ, ପୁଲିସ ଓ ସିଆରପିଏଫ୍‌କୁ ସିଭିଲ ଜଜ୍‌(ସିନିୟର ଡିଭିଜନ) କୋର୍ଟର ବିଚାରପତି ରବି କୁମାର ଦିବାକର ନିର୍ଦ୍ଦେଶ ଦେଇଛନ୍ତି। ସର୍ଭେକୁ ସ୍ଥଗିତ ରଖିବା ପାଇଁ ମୁସଲିମ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି (ମଙ୍ଗଳବାର) ହେବ। ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟିର ଆବେଦନର ଶୁଣାଣି ସୁପ୍ରିମ କୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପିଏସ୍‌ ନରସିଂହାଙ୍କ ଖଣ୍ଡପୀଠ କରିବେ।

ହିନ୍ଦୁ ପକ୍ଷରୁ ଶିବଲିଙ୍ଗ ମିଳିଥିବା ନେଇ ଯେଉଁ ଦାବି କରାଯାଇଛି ତାହାକୁ ମସଜିଦ୍‌ ପରିଚାଳନା କମିଟି ଅସ୍ବୀକାର କରିଛି। କମିଟିର ପ୍ରବକ୍ତା କହିଛନ୍ତି ତାହା ହେଉଛି ଏକ ଝରଣାର ଅଂଶ। ଅଞ୍ଚଳକୁ ସିଲ୍ କରିବା ପାଇଁ ଆଦେଶ ଦେବା ପୂର୍ବରୁ ମୁସଲିମ ପକ୍ଷର ଆଇନଜୀବୀଙ୍କ ଯୁକ୍ତିକୁ ସଂପୂର୍ଣ୍ଣ ଭାବେ ଶୁଣାଯାଇନାହିଁ ବୋଲି କୁହାଯାଇଛି। ସର୍ଭେର ତୃତୀୟ ଦିନରେ ଏକ ପ୍ରସ୍ତର ମିଳିଥିଲା। ତାହାକୁ ଆମେ ଶିବଲିଙ୍ଗ ବୋଲି ଦାବି କରୁଛୁ। ଏଠାରେ ମୁସଲମାନମାନେ ୱାଜୁ କରିଥାନ୍ତି। ମୁସଲିମ ପକ୍ଷ ଏହାକୁ ଏକ ଝରଣା ବୋଲି କହୁଛନ୍ତି। କିନ୍ତୁ ସଫା କରାଯିବା ପରେ ଏହା ଶିବଲିଙ୍ଗ ବୋଲି ହିନ୍ଦୁ ପକ୍ଷର ଓକିଲ ଦୀପକ ସିଂହ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ