ଅପରାଧ ରାଜ୍ୟ

ନାବାଳିକାକୁ ଅପହରଣ ନେଇ ଉତ୍ତେଜନା

ଫୁଲନଖରା: କଟକ ସଦର ଥାନା ଅଞ୍ଚଳରେ ନାବାଳିକାକୁ ଅପହରଣ ଉଦ୍ୟମ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାର ଖବର ମିଳିଛି। କଟକ ସଦର ଥାନା ଅନ୍ତର୍ଗତ ଦକ୍ଷିଣ ଉଷୁମା ଅଞ୍ଚଳରେ ଥିବା ଏକ ଆଶ୍ରମ ଭିତରକୁ ଜଣେ ନାବାଳିକାକୁ ମନ୍ଦ ଉଦ୍ଦେଶ୍ୟରେ ଉଠାଇ ଅଣାଯାଇଥିବା ସନ୍ଦେହରେ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଲୋକ ସେଠାରେ ପହଞ୍ଚି ଆଶ୍ରମକୁ ଘେରାଉ କରି ରଖିଥିଲେ।

ଖବର ପାଇ ସଦର ଥାନା ପୁଲିସ ସେଠାରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ଅନୁସନ୍ଧାନ କରୁଛନ୍ତି। ଏନେଇ ଥାନାରେ କିନ୍ତୁ ବିଳମ୍ବିତ ରାତି ଯାଏ କୌଣସି ଅଭିଯୋଗ ହୋଇ ନାହିଁ। ଆଶ୍ରମ ନିକଟସ୍ଥ ସାହିର ନାବାଳିକାକୁ ଆଶ୍ରମରେ କାମ କରୁଥିବା ଜଣେ ଶ୍ରମିକ ଉଠାଇ ଆଣିଥିବା ସନ୍ଦେହ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।