ଅପରାଧ ରାଜ୍ୟ

ଶ୍ରୀମନ୍ଦିର ଉପରକୁ ଚଢ଼ି ଆତ୍ମହତ୍ୟା ଉଦ୍ୟମ ବିଫଳ: ଥାନାରେ ବଙ୍ଗୀୟ ଯୁବକ ଅଟକ

ପୁରୀ: ଆଜି ଜଣେ ବଙ୍ଗୀୟ ଯୁବକ ରାକେଶ ହଜାରେ(୨୦) ଶ୍ରୀମନ୍ଦିର ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତାଙ୍କୁ ସେବାୟତ, ଜେଟିପି ଓ ପୁଲିସ ପ୍ରମୁଖ କୌଶଳକ୍ରମେ ଉଦ୍ଧାର କରିଛନ୍ତି। ସିଂହଦ୍ଵାର ଥାନା ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରୁ ପଡ଼ି ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଥିଲା। ମୃତ କିନ୍ନର ପୁରୀ ଜିଲ୍ଲା ନିମାପଡ଼ା ଥାନା କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟାପୋଖରୀ କୋଠାସାହିର ଅରକ୍ଷିତ ରାଉତଙ୍କ ପୁଅ ବଳରାମ। ବଳରାମଙ୍କ କିଭଳି ମୃତ୍ୟୁ ହେଲା ଓ ଏହାର କାରଣ ଅସ୍ପଷ୍ଟ ଥିବାବେଳେ ଅତ୍ୟଧିକ ମାନସିକ ଚାପ ପରେ ସେ ଗୁମୁଟରୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଥିଲା। ସିଂହଦ୍ବାର ଥାନା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଶ୍ରୀମନ୍ଦିରରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ତାର ଖୋଳତାଡ଼ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।