ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ବାହାରପଟୁ କବାଟ ଦେଇ ବୁଲାଇଲେ କଳାକନା

ସାଲେପୁର ୧୬/୦୫: ଗତକାଲି ବିଳମ୍ବିତ ରାତିରେ ଚୋରି । ବାହାରପଟୁ ଚୋରମାନେ କବାଟଦେଇ ସବୁକିଛି ଲୁଟିନେଇ ଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବାଲିସାହି ଗାଁରେ । ବାଲିସାହି ଗ୍ରାମର ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ କୋଠାଘରୁ ଚୋରମାନେ ନଗଦ ୩୦ ହଜାର ଟଙ୍କା ସହ ସୁନାରୁପା ଗହଣା ଲୁଟି ନେଇଥିଲେ ।

ସୂଚନା ମୁତାବକ ଅଧ୍ୟାପକ ପ୍ରସନ୍ନ ମହାପାତ୍ରଙ୍କ ୩ ମହଲା ଘର ଛାତ ଉପରବାଟେ ଆସି ପରିବାର ଲୋକଙ୍କୁ ବାହାରପଟୁ କବାଟ ଦେଇ ଗ୍ରାଉଣ୍ଡ ଫ୍ଲୋରରୁ ନଗଦ ୩୦ହଜାର ଟଙ୍କା ସହ ସୁନା ରୁପା ଗହଣା ନେଇ ଫେରାର ହୋଇଯାଇଛନ୍ତି । ସାଲେପୁର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।