ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବୋସ୍‌ ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ: ଟ୍ରାଫିକ୍‌ ନିୟନ୍ତ୍ରଣ କରିବ ରୋବଟିକ୍‌ ‌ଟ୍ରାଫିକ୍‌ ପୁଲିସ୍‌

କଟକ : ଦିନର ତାପମାତ୍ରା ୫୦ ଡିଗ୍ରି ହେଉ କି ପ୍ରବଳ ଝଡ ବ‌ର୍ଷା। ସହରର ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସବୁ ସମୟରେ ଟ୍ରାଫିକ୍‌ ପୁଲିସଙ୍କୁ ଦେଖିବାକୁ ମିଳିବ। ଭୁବନାନନ୍ଦ ଓଡ଼ିଶା ଯାନ୍ତ୍ରୀକ ବିଦ୍ୟାଳୟ(ବୋସ୍‌) ଛାତ୍ରଛାତ୍ରୀଙ୍କ ଦ୍ବାରା ‘ଡିଜାଇନ୍‌ ଆଣ୍ତ ଇନୋଭେସନ୍‌ ପ୍ରୋଜେକ୍ଟ’ରେ ପ୍ରସ୍ତୁତ କରାଯାଉଥିବା ରୋବଟିକ୍‌ ଟ୍ରାଫିକ ପୁଲିସ ନିକଟରେ ଏହି ବିଷୟ ରହିବ। ସେହିପରି ଘରେ କେହି ନଥିବା ବେଳେ ଆପଣଙ୍କ ଘରେ ଚୋର ପଶିଲେ ଆପଣଙ୍କ ମୋବାଇଲକୁ ସୂଚନା ଯିବ। ଆପଣ ବାଥ୍‌ ରୁମକୁ ଗଲେ ‌ମନକୁ ମନ ବଲବ୍‌ ଜଲିବ ଓ ଆପଣ ବାହାରି ଆସିଲେ ମନକୁ ମନ ବଲବ୍‌ ବନ୍ଦ ହୋଇଯିବ। ଡିଜିଟାଲ ଇଲେକ୍ଟ୍ରିକାଲ୍ସ ଆପଲିକେସନ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏପରି ଅନେକ ଉପକରଣ ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ କଲେଜ ପକ୍ଷରୁ ପ୍ରଦର୍ଶନ କରିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି।

ଗଳିକନ୍ଦିର ସହର କୁହାଯାଉ ଥିବା କଟକରେ ଟ୍ରାଫିକ୍‌ ସମସ୍ୟା ଅତି ଜଟିଳ। ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ସହରର ବିଭିନ୍ନ ଛକରେ ଅଛନ୍ତି ଟ୍ରାଫିକ୍‌ ପୁଲିସ। ମାତ୍ର ଏବେ ବୋସ୍‌ ଛାତ୍ରଛାତ୍ରୀଙ୍କ ପକ୍ଷରୁ ରୋବଟିକ୍‌ ଟ୍ରାଫିକ୍‌ ପୁଲିସର ନିର୍ମାଣ ଚାଲିଛି। ଏହି ରୋବଟ ଟ୍ରାଫିକ୍‌ ସିଗନାଲ୍‌ ଛକରେ ଛିଡା ହୋଇ ଟ୍ରାଫିକ୍‌ ପୁଲିସର କାମ କରିବ। ‌ଟ୍ରାଫିକ୍‌ ଛକରେ ଲାଲ୍‌ବତୀ ଜଳିଲେ ଏହା ଲୋକଙ୍କୁ ରହିବାକୁ ହାତ ଦେଖାଇବା ସହ ସବୁଜ ବତୀ ଜଳିଲେ ହାତ ହଲାଇ ଯିବାକୁ କହିବ। ଯଦି କିଏ ନିୟମ ଭାଙ୍ଗେ ତେବେ ତାର ଫଟୋ ଉଠାଇବା ସହ ଚାଲାଣ ମଧ୍ୟ କାଟିବ। ସବୁଠାରୁ ବଡ ବିଷୟ ହେଉଛି ଏହି ରୋବଟିକ୍‌ ଟ୍ରାଫିକ୍‌ ପୁଲିସ ୫୦ ଡିଗ୍ରିରୁ ଅଧିକ ଖରା ହେଉ କିମ୍ବା ଝଡ଼ବର୍ଷାରେ ଦିନରାତି ୨୪ ଘଣ୍ଟା ତାର କାମ କରିପାରିବ। ଏଥିରେ ଅଡିନୋ, ମୋଟର ଡ୍ରାଇଭର, କ୍ୟାମେରା, ସେନ୍ସର, ମାଇକ୍ରୋ କଣ୍ଟ୍ରୋଲର ବ୍ୟବହାର କରାଯାଇ କୋଡିଂ ଦେଇ ଏହାର ନିର୍ମାଣ ହେବ। ଛାତ୍ର ବିଶ୍ବଜିତ କୁଅଁର, ଅଧ୍ୟାପକ ସିଦ୍ଧାର୍ଥ ଶେଖର ମଲ୍ଲିକଙ୍କ ତତ୍ତ୍ବାବଧାନରେ ଏହା ପ୍ରସ୍ତୁତ କରୁଛନ୍ତି।

ସେହିପରି ବୋସ୍‌ ଛାତ୍ରଛାତ୍ରୀଙ୍କ ତରଫରୁ ଇନ୍‌ଫରମେସନ୍‌ ଅଫ୍‌ ଥିଂକ୍ସ (ଆଇଓଟି) ଓ ସ୍ମାର୍ଟ ବାଥ୍‌ ରୁମ୍‌ ପରି ବିଷୟ ପ୍ରସ୍ତୁତ ହେଉଛି। ଘରେ କେହି ନଥିବା ବେଳେ ଚୋର ଘରେ ପଶିଲେ ପୃଥିବୀର ଯେଉଁଠାରେ ଥିଲେ ବି ଆପଣଙ୍କ ମୋବାଇ, ଲାପଟପ୍‌ ଦ୍ବାରା ସୂଚନା ପାଇପାରିବେ। ଏହାସହ ଆପଣ ଘରଠାରୁ ଦୂରରେ ଥିଲେ ବି ଘରର ସମସ୍ତ ଉପକରଣକୁ ବନ୍ଦ କରିପାରିବେ କିମ୍ବା ଚାଲୁ କରିପାରି‌ବେ। ଏଥିରେ ଏନ୍‌ଓଡି, ଏମ୍‌ସିୟୁ, ଆର. ଡ୍ରାଇଭର, ଇଣ୍ଟର ଆପଲିକେସନ୍ ପରି ବିଷୟ ବ୍ୟବହାର କରାଯିବ। ସେହିପରି ଛାତ୍ରଛାତ୍ରୀଙ୍କ ପକ୍ଷରୁ ସ୍ମାର୍ଟ ବାଥ୍‌ ରୁମ‌ର ନିର୍ମାଣ ଚାଲିଛି। ବାଥ୍‌ ରୁମକୁ ବ୍ୟବହାର କରିବାକୁ ଏହା ମଧ୍ୟକୁ ‌ଗଲେ ଏହାର ଲାଇଟ୍‌ ମନକୁ ମନ ଜଳିବ ଓ ରୁମ୍‌ ବାହାରକୁ ଆସିଲେ ଲାଇଟ୍‌ ମନକୁ ମନ ବନ୍ଦ ହୋଇଯିବ। ଏଥିରେ କାଉଣ୍ଟର ଆଇସି, ଆଇଆର ଟ୍ରାନ୍ସମିଟ୍‌ ପରି ବିଷୟ ବ୍ୟବହାର କରାଯିବ। ଅଧ୍ୟାପକ ପ୍ରଦୀପ୍ତ କୁମାର ଧଳସାମନ୍ତଙ୍କ ଅଧ୍ୟକ୍ଷତାରେ ଛାତ୍ର ଉଲ୍ଲାସ ଚନ୍ଦ୍ର ପଲାଇ, ଅଞ୍ଜନ କୁମାର ମହାନ୍ତି, ସନ୍ତୋ‌ଷ ସାହୁ, ଅଜିତ କୁମାର ସାହୁ ପ୍ରମୁଖ ଏହାକୁ ପ୍ରସ୍ତୁତ କରୁଛନ୍ତି। ଛାତ୍ରଛାତ୍ରୀଙ୍କ ଦ୍ବାରା ତିଆରି ହୋଇଥିବା ଉପକରଣ ଗୁଡିକ ଆସନ୍ତା ଦିନରେ କଲେଜରେ ଅନୁଷ୍ଠିତ ହେବାକୁ ଥିବା ପ୍ରଦର୍ଶନୀରେ ରଖାଯିବ ବୋଲି ଅଧ୍ୟକ୍ଷ ଇଂଜିନିୟର ଜ୍ଞାନରଂଜନ ରାୟ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି