ଅପରାଧ ଦେଶ ବିଦେଶ ରାଜନୀତି

ପୁଣି ପରମାଣୁ ଅସ୍ତ୍ର ଧମକ ଦେଲା ରୁଷ୍‌: ବ୍ରିଟେନ୍‌କୁ ୩ ମିନିଟ୍‌, ଫିନ୍‌ଲାଣ୍ଡ୍‌କୁ ୧୦ ସେକେଣ୍ଡ୍‌ରେ ଉଡ଼ାଇ ଦେବୁ

ମସ୍କୋ: ୟୁକ୍ରେନ୍‌ର ଦ୍ୱିତୀୟ ବୃହତ୍ତମ ସହର ଖାର୍‌କିଭରୁ ରୁଷ୍‌ ହଠାତ୍‌ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛି। ପୂର୍ବ ୟୁକ୍ରେନ୍‌ରେ ସବୁ ଶକ୍ତି ଖଟାଇ ୟୁକ୍ରେନ୍‌ ସେନାକୁ ମୂଳପୋଛ କରିବା ପାଇଁ ଯୋଜନା କରି ରୁଷ୍‌ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ବର୍ତ୍ତମାନ ପୂର୍ବାଞ୍ଚଳ ଦଖଲ ପାଇଁ ରୁଷ୍‌ ସେନା ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି। ଆଜି ଯୁଦ୍ଧର ୮୦ତମ ଦିବସରେ ଡୋନେସ୍କର ୫୦ରୁ ଅଧିକ ସ୍ଥାନରେ ବିମାନ ଆକ୍ରମଣ ହୋଇଛି। ଲଗାତାର ଗୋଳାବର୍ଷା ଓ ବୋମାମାଡ଼ ଯୋଗୁଁ ଏଠାରେ ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି। ତେବେ ଆମେରିକା ଓ ବ୍ରିଟେନ୍‌ ସମେତ ବିଭିନ୍ନ ନାଟୋ ରାଷ୍ଟ୍ର ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣ ଜାରି ରଖିଥିବାରୁ ଯୁଦ୍ଧ ଆଗକୁ ଆହୁରି ଭୟାନକ ହେବ ବୋଲି କୁହାଯାଉଛି। ଫିନ୍‌ଲାଣ୍ଡ୍‌ ନାଟୋରେ ସାମିଲ ହେବା ପ୍ରକ୍ରିୟା ତ୍ବରାନ୍ବିତ କରିଥିବାରୁ ଆଜି ରୁଷ୍‌ ପ୍ରତିରକ୍ଷା କମିଟିର ଉପାଧ୍ୟକ୍ଷ ଆଲେକ୍ସାଇ ଜୁରାଭଲେଭ୍‌ ବ୍ରିଟେନ ଓ ଫିନ୍‌ଲାଣ୍ଡ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି ଧମକ ଦେଇଛନ୍ତି। ସାଇବେରିଆ ଏବଂ କାଲିନଗ୍ରାଡ୍‌ରୁ ସର୍‌ମତ କ୍ଷେପଣାସ୍ତ୍ର ଦ୍ବାରା ଏଭଳି ଆକ୍ରମଣ ଯେ କୌଣସି ମୁହୂର୍ତ୍ତରେ କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଦାବି କରିଛନ୍ତି ଯେ ରୁଷ୍‌ର ପରମାଣୁ କ୍ଷେପଣାସ୍ତ୍ର ବ୍ରିଟେନକୁ ମାତ୍ର ତିନି ମିନିଟ ଏବଂ ଫିନ୍‌ଲ୍ୟାଣ୍ଡକୁ ମାତ୍ର ୧୦ ସେକେଣ୍ଡରେ ଧ୍ବଂସ କରିପାରିବ।

ଫିନ୍‌ଲ୍ୟାଣ୍ଡର ରାଷ୍ଟ୍ରପତି ସାଉଲି ନିନିଷ୍ଟୋ ନାଟୋରେ ସାମିଲ ହେବାପାଇଁ ଆନୁଷ୍ଠାନିକ ବୟାନ ଜାରି କରିବା ପରେ ରୁଷ୍‌ ଏଭଳି ପରମାଣୁ ଆକ୍ରମଣ ଧମକ ଦେଇଛି। ଅନ୍ୟପକ୍ଷରେ ରୁଷ୍‌ ଫିନ୍‌ଲାଣ୍ଡ ବିରୋଧରେ କେତେକ ତତ୍କାଳ କଟକଣା ପଦକ୍ଷେପ ଗ୍ରହଣ କରି ଗତକାଲିଠାରୁ ବିଦ୍ୟୁତ ଯୋଗାଣ ବନ୍ଦ କରିଦେଇଛି ଏବଂ ଆଗକୁ କଟକଣା ବଢ଼ିବ ବୋଲି ଚୋତବନୀ ଦେଇଛି। ଫିନ୍‌ଲାଣ୍ଡ୍‌ ରୁଷ୍‌ରୁ ୧୦ ପ୍ରତିଶତ ବିଦ୍ୟୁତ ପାଉଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର