ଅପରାଧ ରାଜ୍ୟ

ସିକନ୍ଦରଙ୍କୁ ପିଟି ପିଟି ହତ୍ୟା, ଦୁଇ ନାବାଳକ ଅଟକ

ବଡ଼ବିଲ ୧୬।୦୫: ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ମୃତକଙ୍କ ନାମ ସିକନ୍ଦର ମହାକୁଡ଼ । ଘଟଣାରେ ଯୋଡ଼ା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ଖବର ଅନୁଯାୟୀ, ସିକନ୍ଦର ମହାକୁଡ଼ ବସ୍ତିର ଜଣେ ବିଧବା ମହିଳାଙ୍କୁ ଟଣା ଓଟରା କରୁଥିବା ସମୟରେ, ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ, ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଯୋଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ।

ସେପଟେ ପଚରାଉଚରା ପରେ ଜଣେ ନାବାଳକକୁ ପୋଲିସ ଛାଡି ଦେଇଥିବା ବେଳେ, ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୋଲିସ। ନାବାଳକ ୨ଜଣଙ୍କୁ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା କୁହାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।