ଅପରାଧ ରାଜ୍ୟ

ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ମାଡ: ମୋବାଇଲ ସହ ଚେନ୍, ମୁଦି ଛଡାଇନେଲେ ଦୁର୍ବୃତ୍ତ

ପୁରୀ ୧୬/୦୫: ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ପୁରୀ ସମୁଦ୍ର କୂଳ ଥାନା ଅନ୍ତର୍ଗତ ହୋଟେଲ ଭିକ୍ଟୋରିଆ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆକ୍ରମଣର‌ ଶିକାର ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ପ୍ରମେୟ ଖବରକାଗଜର କ୍ରାଇମ୍ ରିପୋର୍ଟର ବିକ୍ରମ ଆଚାର୍ଯ୍ୟ ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ବିକ୍ରମଙ୍କ ମୁହଁ, ଛାତି ଓ ହାତ ସହ ଶରୀରର ବିଭିନ୍ନ ଅଂଶରେ ଗଭୀର ଆଘାତ‌ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ସମୁଦ୍ର କୂଳ ଥାନା ଆଇଆଇସି ଓ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୫ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିଛି । ଗତକାଲି ରାତିରେ ହୋଟେଲ ଭିକ୍ଟୋରିଆ ନିକଟରେ ଥିବା ଫାଷ୍ଟ ଫୁଡ ଦୋକାନୀ ରାହୁଲ ଦାସ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିଲା ।

ଏହି ଖବର ପାଇ ବିକ୍ରମ ସେଠାରେ ପହଞ୍ଚିଥିଲେ । ପର୍ଯ୍ୟଟକଙ୍କ ଠାରୁ ଘଟଣା ବିଷୟରେ ବିକ୍ରମ ତଥ୍ୟ ପ୍ରମାଣ ହାସଲ କରୁଥିବା ସମୟରେ ତୁମର ଏଠି କଣ କାମ ଓ ନ୍ୟୁଜ କରି ତୁମେ କଣ କରିନେବ ବୋଲି ଅଭିଯୁକ୍ତ ରାହୁଲ ଦାସ ଓ ତାଙ୍କ ସହଯୋଗୀ ମାନେ ବିକ୍ରମଙ୍କୁ ଧମକାଇବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ଅଭିଯୁକ୍ତ ମାନେ ବିକ୍ରମଙ୍କ ମୋବାଇଲ ଫୋନ ଓ ସୁନା ମୁଦି ଛଡାଇ ନେଇଥିବା ଅଭିଯୋଗ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।