ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ପାରାଦୀପ ଜିରୋ ପଏଣ୍ଟ ନିକଟରୁ ୫୫ କୁଇଣ୍ଟାଲ ଚୋରା କୋଇଲା ସହ ଟ୍ରକ ଜବତ, ଦୁଇ ଗିରଫ

ପାରାଦୀପ, ୧୫/୦୫: ପାରାଦୀପ ଜିରୋ ପଏଣ୍ଟ ନିକଟରୁ ଚୋରା କୋଇଲା ଜବତ। ଚୋରା କୋଇଲାକୁ ଜବତ କଲା ଅଭୟ ଚାନ୍ଦପୁର ପୋଲିସ । ସୂଚନା ମୁତାବକ ଗତକାଲି ରାତିରେ OD-21H-4031 ନମ୍ୱର ଥିବା ଏକ ଟ୍ରକ ଯୋଗେ ପ୍ରାୟ ୧୬୦ଟି ଜରି ପ୍ୟାକେଟରେ ପ୍ରାୟ ୫୫ କୁଇଣ୍ଟାଲ ଚୋରା କୋଇଲା ଯାଉଥିବାର ଖବର ପାଇ ଅଭୟଚାନ୍ଦପୁର ପୋଲିସ ଚଢାଉ କରିଥିବା ବେଳେ ଡ୍ରାଇଭର ସମେତ ଚୋରା କୋଇଲା ଚାଲାଣରେ ଲିପ୍ତ ଥିବା ସୁକାନ୍ତ ପରିଡାକୁ ଗିରଫ କରିଥିଲା ଏବଂ ସେମାନେ ବ୍ୟବହାର କରୁଥିବା ଟ୍ରକ୍ ସମେତ ୫୫ କୁଇଣ୍ଟାଲ ଚୋରା କୋଇଲା କୁ ମଧ୍ୟ ଜବତ କରିଥିଲା। ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହି କୋଇଲା କେଉଁଠୁ ଆସିଲା ଏହାକୁ ନେଇ ଅଧିକ ତଦନ୍ତ ଚଳାଇଛି ଅଭୟ ଚାନ୍ଦପୁର ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।