ଅପରାଧ ରାଜ୍ୟ

ଗୁଣିଗାରେଡି ସନ୍ଦେହ, ୨ଜଣଙ୍କୁ ମାଡ ମାରି ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ

ଖଲ୍ଲିକୋଟ ୧୫।୦୫: ଗୁଣିଗାରେଡି ସନ୍ଦେହରେ ଦୁଇ ଜଣଙ୍କୁ ମାଡ଼ । ନିସ୍ତୁକ ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିଦେଲେ ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ଗଡ଼ହୁମା ଗାଁରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ଶନିବାର ରାତିରେ ଦେବୀ ମନ୍ଦିରରେ ତାନ୍ତ୍ରିକ ପୂଜା ପାଠ କରୁଥିବା ବେଳେ ଦୁଇଜଣଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଖବର ପାଇ ପୋଲିସ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲକୁ ନେଇଛନ୍ତି l ଉଦ୍ଧାର ହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କିଶୋର ଦାସ ଓ ମହିଳା ମଞ୍ଜୁଳା ଦାସ । ତେବେ ଗାଁରେ ଉତେଜନା ଜାରି ରହିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୋଲିସ ମୁତୟନ କରାଯାଇଛି |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।