ଅପରାଧ ରାଜ୍ୟ

ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ ଅଭିଯୋଗ, ମୁହଁ ଖୋଲୁ ନାହାନ୍ତି ଗ୍ରାହକ ସେବା କେନ୍ଦ୍ରର ମାଲିକ

କାଲିମେଳା, ୧୫/୦୫: ଗ୍ରାହକଙ୍କ ଅଜାଣତରେ ବ୍ୟାଙ୍କ ଏକାଉଣ୍ଟ ଖୋଲାଯାଇ ସେଥିରୁ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତର ଏମ.ଭି-୬୬ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଏମ.ଭି-୬୬ ଗ୍ରାମର ଜଣେ ବିଧବା ମହିଳା କାନନ ରାୟଙ୍କ ନାମରେ ଗୁପ୍ତ ଭାବେ ଏମ.ଭି-୭୯ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗୋଟିଏ ଏକାଉଣ୍ଟ ଖୋଲାଯାଇ ସେଥିରୁ ଏ.ଟି.ଏମ ବାହାର କରି ଆଧାର ଲିଙ୍କ ମଧ୍ୟ କରିଛନ୍ତି ଏମ.ଭି-୭୨ ଗ୍ରାମର ଗ୍ରାହକ ସେବା କେନ୍ଦ୍ରର ମାଲିକ ଆଶିଷ ବିଶ୍ବାସ । ଏହାପରେ କାନନ ରାୟଙ୍କ ଏକାଣ୍ଟରୁ ସମସ୍ତ ଟଙ୍କା ଆଶିଷ ନିଜ ଏକାଉଣ୍ଟକୁ ଟ୍ରାନସଫର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ୨୦୨୦ ମସିହାରେ କାନନ ରାୟଙ୍କ ସ୍ବାମୀ ପ୍ରାଣ ହରାଇଥିବା ବେଳେ ମାତୃ ମଙ୍ଗଳ ଯୋଜନା ଓ ନ୍ୟାସନାଲ ଫେମିଲି ବେନିଫିଟ ସ୍କିମ ଅନୁଯାଇ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ମିଳିଥିବା ନେଇ ପଞ୍ଚାୟତ ଅଧିକାରୀ ସୂଚନା ଦେଇଥିଲେ । ଏହା ସହ କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଆଉ ପାଞ୍ଚ ହଜାର ଟାଙ୍କା ପାଇଥିଲେ ଏହି ମହିଳା । ହେଲେ ବ୍ୟାଙ୍କ ଗଲା ବେଳକୁ ତାଙ୍କ ଏକାଉଣ୍ଟ କିନ୍ତୁ ଖାଲି ପଡିଥିବା ଜଣାପଡିଛି । ଗ୍ରାମର ଅନ୍ୟ ଜଣେ ମହିଳା ଅଞ୍ଜଳୀ ହାଲଦାରଙ୍କ ଖାତାରୁ ମଧ୍ୟ ଏପରି ଭାବେ ୨୯ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାହକ ସେବା କେନ୍ଦ୍ରର ମାଲିକ ଆଶିଷ ବିଶ୍ବାସ ମୁହଁ ଖୋଲୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।