ନୂଆଦିଲ୍ଲୀ ୧୪/୦୫: ଗାଁକୁ ନୋଟିସ ଦେବାକୁ ଯାଇଥିବା ପୋଲିସ ଟିମକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ । ୨ ପୋଲିସ କର୍ମୀ ଗୁରୁତର । ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ ।
ସୂଚନାନୁସାରେ, ବାନ୍ଦାରେ କିଛି ଅଭିଯୁକ୍ତଙ୍କୁ ନୋଟିସ ଦେବାକୁ ଏକ ୪ଜଣିଆ ପୋଲିସ ଟିମ୍ ଯାଇଥିଲେ । ଏତିକି ବେଳେ ଅଚାନକ ସେଠାରେ କିଛି ଲୋକ ପୋଲିସ ଟିମ୍ ଉପରେ ଆକ୍ରମଣ କରିଥିଲେ । ପୋଲିସ କର୍ମୀଙ୍କ ଉପରକୁ ଢ଼େଲା ପଥର ମାଡ଼ କରିବା ସହ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ପୋଲିସ କର୍ମୀମାନେ କୌଣସି ମତେ ଗ୍ରାମ ମୁଖିଆଙ୍କ ଘରେ ପଶିଯାଇ ଜୀବନ ବଞ୍ଚାଇ ଥିଲେ ।
ଏହି ଆକ୍ରମଣରେ ୨ଜଣ ପୋଲିସ କର୍ମୀ ଗୁରୁତର ହୋଇଛନ୍ତି । ଏହାପରେ ପୂରା ଫୋର୍ସ ସହ ପୋଲିସ ଟିମ୍ ବାନ୍ଦାରେ ପହଞ୍ଚି ୪ଜଣଙ୍କୁ ଉଠାଇ ଆଣିଛି । ସେମାନଙ୍କୁ ପଚରା ଉଚରା ଚାଲିଛି । ତେବେ ଆକ୍ରମଣକାରୀମାନେ ଗାଁରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି ।