ଅପରାଧ ଦେଶ ବିଦେଶ

କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ତେଜିଲା, ରାହୁଲ ଭଟ୍ଟଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ଗତକାଲି ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନ ତେଜିବାରେ ଲାଗିଛି। ସରକାରୀ କର୍ମଚାରୀ ଏବଂ କାଶ୍ମୀର ପଣ୍ଡିତଙ୍କ ପରିବାର ସଦସ୍ୟମାନେ ଉକ୍ତ ହତ୍ୟା ଘଟଣାକୁ ବିରୋଧ କରି ବଡ଼ଗାମରେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିଛନ୍ତି। କାଶ୍ମୀର ପଣ୍ଡିତଙ୍କ ହତ୍ୟା ପାଇଁ ନ୍ୟାୟ ଦାବି କରି ଆନ୍ଦୋଳନକାରୀମାନେ ବିମାନବନ୍ଦର ଅଭିମୁଖେ ଯାଉଥିବା ବେଳେ ପୁଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ପୁଲିସ ଲାଠିମାଡ଼ କରିଥିଲା ଏବଂ ଟିୟର ଗ୍ୟାସ ସେଲ୍‌ ପ୍ରୟୋଗ କରିଥିଲା। ଗତକାଲି ରାତିଠାରୁ କାଶ୍ମୀରରେ ଏହି ଘଟଣାକୁ ନେଇ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନରେ ସାମିଲ ହୋଇଥିବା କାଶ୍ମୀର ପଣ୍ଡିତମାନେ କହିଛନ୍ତି, ଏଲ୍‌ଜି ପ୍ରଶାସନ ଆମକୁ ସୁରକ୍ଷା ଦେବା ଉଚିତ। ନଚେତ ଆମେ ସୁରକ୍ଷା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣ ଆନ୍ଦୋଳନ ଚଳାଇବୁ। ଯଦି ପୁଲିସ ସାଧାରଣ ଜନତାଙ୍କ ଉପରେ ଲାଠିମାଡ଼ କରୁଛି ଏବଂ ଟିୟର ଗ୍ୟାସ୍‌ ସେଲ୍‌ ପ୍ର‌ୟୋଗ କରିପାରୁଛି ତେବେ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଅତି କଠୋର ପଦକ୍ଷେପ କାହିଁକି ନେଉନାହିଁ ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।

ଇତି ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଛନ୍ତି, ସେ ବଡ଼ଗାମ ଯାଇ କାଶ୍ମୀର ପଣ୍ଡିତଙ୍କ ପ୍ରତି ଥିବା ତାଙ୍କ ସମର୍ଥନ ଦେଖାଇବାକୁ ଚାହାନ୍ତି। କିନ୍ତୁ ସେ ଗୃହବନ୍ଦୀରେ ଥିବାରୁ ଏହା କରିପାରୁନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଭଟ୍ଟ ନାମକ ଜଣେ କାଶ୍ମୀର ପଣ୍ଡିତଙ୍କୁ ଗତକାଲି ଆତଙ୍କବାଦୀମାନେ ତହସିଲ ଅଫିସ୍‌ରେ ଗୁଳି କରି ହତ୍ୟା କରିଥିଲେ।

୩୫୦ ସରକାରୀ କର୍ମଚାରୀଙ୍କ ଇସ୍ତଫା

ଶ୍ରୀନଗର : କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ଶୁକ୍ରବାର ଦିନ କାଶ୍ମୀରରେ ଆନ୍ଦୋଳନ ଜୋରଦାର ହୋଇଛି। ହତ୍ୟାକୁ ବିରୋଧ କରି ଶୁକ୍ରବାର ଦିନ ୩୫୦ରୁ ଅଧିକ ସରକାରୀ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ସେମାନେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ରାହୁଲ ଭଟ୍ଟଙ୍କୁ ଆତଙ୍କବାଦୀମାନେ ଗତକାଲି ତାଙ୍କ ଅଫିସ୍‌ରେ ଗୁଳି କରି ହତ୍ୟା କରିଥିଲେ। କାଶ୍ମୀର ପଣ୍ଡିତମାନେ ଏହାର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। କାଶ୍ମୀର ପଣ୍ଡିତମାନେ କହିଛନ୍ତି, ଯେ କୌଣସି ମୁହୂର୍ତ୍ତରେ ଆତଙ୍କବାଦୀଙ୍କ ଗୁଳିରେ ଜୀବନ ଚାଲିଯିବା ଭୟ ରହିଛି। ରାହୁଲ ଭଟ୍ଟ ୨୦୧୦-୧୧ରେ ତହସିଲ୍‌ ଅଫିସ୍‌ରେ ନିଯୁକ୍ତି ପାଇଥିଲେ। ଆଜି ସରକାର ଭଟ୍ଟଙ୍କ ହତ୍ୟା ମାମଲାରେ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ସହ ତାଙ୍କ ପତ୍ନୀଙ୍କ ପାଇଁ ଜମ୍ମୁରେ ସରକାରୀ ଚାକିରୀ ଏବଂ ପରିବାର ପାଇଁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ