ଅପରାଧ ରାଜ୍ୟ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ ୨ ଗିରଫ; କୋଠା ମାଲିକ ଫେରାର୍‌

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟା ବେଳେ ଦିଲ୍ଲୀର ବାହାରପଟ ଅଞ୍ଚଳରେ ଥିବା ମୁଣ୍ଡକାସ୍ଥିତ ଗୋଟାଏ ୪ ମହଲା ବାଣିଜ୍ୟିକ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ଘଟି ୨୭ଜଣଙ୍କ ମୃତ୍ୟୁ ଓ ୧୨ଜଣ ଆହତ ହୋଇଥିବା ଘଟଣାରେ ୨ଜଣଙ୍କୁ ଗିରଫ କରାଯାଇଛି।

ପୁଲିସ କହିବା ଅନୁସାରେ, କମ୍ପାନିର ମାଲିକ ହରିଶ ଗୋଏଲ୍‌ ଏବଂ ତାଙ୍କ ଭାଇ ବରୁଣ ଗୋଏଲଙ୍କୁ ଗିରଫ କରାଯାଇଛି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉଭୟଙ୍କ ବାପା ଅମରନାଥ ଗୋଏଲ୍‌ ଅଛନ୍ତି। ଅଗ୍ନିଶମ ବିଭାଗରୁ ‘ସେଫ୍ଟି କ୍ଲିୟରାନ୍‌ସ୍’ ପାଇ ନ ଥିବା ଉକ୍ତ ଅଟ୍ଟାଳିକାର ମାଲିକ ମନୀଷ ଲାକ୍ରା ଫେରାର୍‌ ହୋଇ ଯାଇଛନ୍ତି।

ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ତଲାସ ବେଳେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଅଟ୍ଟାଳିକାର ଦ୍ବିତୀୟ ତାଲାରୁ ଦଗ୍ଧ ମାନବ ଦେହାଂଶ ଦେଖାଯାଉଛି। କିନ୍ତୁ, ସେ ସବୁ ଜଣେ ବ୍ୟକ୍ତିଙ୍କର କି, କେତେ ଜଣ ବ୍ୟକ୍ତିଙ୍କର ତାହା କହି ହେଉନାହିଁ। ନିଆଁ ଲିଭା ସରିଥିଲେ ବି ଶୀତଳୀକରଣ ଓ ତଲାସ ଅଭିଯାନ ଚାଲିଛି। ଏବେ ମଧ୍ୟ ଘଟଣାସ୍ଥଳରେ ୨ଟି ଦମକଳ ରଖାଯାଇଛି।

୧୨ଜଣ ଆହତମାନଙ୍କ ମଧ୍ୟରୁ ଜଣକୁ ଛାଡ଼ି ସମସ୍ତଙ୍କର ପରିଚୟ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ପୁଲିସ ଜାଣିପାରିଛି ଯେ, ଅଫିସ୍‌ ପାଇଁ ଏହି ୪ ତାଲା ‌ଅଟ୍ଟାଳିକାର କୋଠରି ସବୁ ଭଡ଼ା ଦିଆଯାଇଥିଲା।

ପ୍ରଥମ ତାଲାରେ ଅବସ୍ଥିତ କମ୍ପାନିର ଅଫିସ୍‌ରୁ ୫୦ଜଣ ଊର୍ଦ୍ଧ୍ବ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୭ଜଣଙ୍କ ଶବ ମିଳିଛି ବୋଲି ଅଗ୍ନିଶମ ବାହିନୀର କର୍ମଚାରୀମାନେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।