ଅପରାଧ ରାଜ୍ୟ

ପୁରୀରୁ ୩ କୋଟିର ବ୍ରାଉନ୍‌ସୁଗାର ଜବତ, ମାଫିଆ ନଣ୍ଡା ଗିରଫ

ପୁରୀ ୧୪।୦୫ : ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ । ପୁରୀ ମଙ୍ଗଳଘାଟ ଅଞ୍ଚଳରୁ ଏତେ ମୂଲ୍ୟର ବ୍ରାଉନ୍‌ସୁଗାରକୁ ଜବତ କରିଛି ସ୍ପେଶାଲ ସ୍କ୍ୱାର୍ଡ । ଯାହାର ଓଜନ ୩ କେଜି ହେବ ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ପୁରୀର ମଙ୍ଗଳଘାଟ ଅଞ୍ଚଳରେ ଚଢାଉ କରିଥିଲା ସ୍ପେଶାଲ ସ୍କ୍ୱାର୍ଡ । ଏହି ଚଢାଉରେ ବ୍ରାଉନ୍‌ସୁଗାର ମାଫିଆ ସୁଜିତ ପଟ୍ଟନାୟକ ଓରଫ୍ ନଣ୍ଡାକୁ ଗିରଫ କରିଛି । ଗିରଫ ପରେ ନଣ୍ଡା ନିକଟରୁ ପ୍ରାୟ ୩ କେଜି ଓଜନର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ କୋଟିରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ତେବେ ଗତ କିଛି ଦିନ ବ୍ରାଉନ୍‌ସୁଗାର ମାଫିଆ ନଣ୍ଡା ପୋଲିସ ସ୍କାନରେ ଥିଲା । ଲଗାତର ଭାବେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରୁଥିଲା । ଆଉ ଏବେ ନଣ୍ଡାକୁ ଗିରଫ କରିବା ସହ ସମସ୍ତ ବ୍ରାଉନ୍‌ସୁଗାରକୁ ଜବତ କରିଛି । ନଣ୍ଡାର ଘର କଣାସ ଥାନା କେସରପୁର ଗାଁରେ ବୋଲି ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।