ଅପରାଧ ରାଜ୍ୟ

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ମାଡ଼ ଆଭିଯୋଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାକୁ ଖବର ସଂଗ୍ରହ କରିବା ପାଇଁ ରାତିରେ ଜଣେ ସାମ୍ବାଦିକ ରବି ଠେଲା ଯାଇଥିଲେ। ହେଲେ ଖଡ଼ିଆଳ ଥାନା ଆଗରେ କିଛି ଯୁବକ କୌଣସି କାରଣରୁ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ। ସାମ୍ବାଦିକଙ୍କୁ ଯୁବକମାନେ ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତୁରନ୍ତ ଆକ୍ରମଣକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଥାନା ସାମନାରେ ଆକ୍ରମଣ ହୋଇଥିଲେ ମଧ୍ୟ ପୁଲିସ ଚୁପ ରହିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ , ଗୁରୁବାର ରାତିରେ ଜଣେ ମହିଳାଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଥିଲା। ହତ୍ୟା ସନ୍ଦେହରେ ପୁଲିସ ସଂପୃକ୍ତ ମହିଳାଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖିଥିଲା। ଏହି ଘଟଣାର ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଶ୍ରୀ ଠେଲା ଯାଇଥିଲେ।

ଏହି ଘଟଣାର ପ୍ରତିବାଦରେ ନୂଆପଡ଼ା ଜିଲ୍ଲାର ସାମ୍ବାଦିକମାନେ କଳାବ୍ୟାଚ୍ ପିନ୍ଧି ଖଡ଼ିଆଳ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସେଠାରେ ନ ପହଞ୍ଚିବେ ଏବଂ ଆକ୍ରମଣକାରୀଙ୍କୁ ଗିରଫ ନ କରାଯିବ ସେଯାଏ ଏହି ଧାରଣା ଜାରି ରହିବ ବୋଲି ଜଣାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।