ଅପରାଧ ରାଜ୍ୟ

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ, ବିଭିନ୍ନ ଥାନାରେ ରହିଛି ଅନେକ ମାମଲା

ନୟାଗଡ ୧୩/୦୫: ନୟାଗଡ ଜିଲ୍ଲା ଶରଣକୂଳ ଥାନା ପୋଲିସ ତିନି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ୩ ଲୁଟେରା ହେଲେ ଖଇରପଟି ଗାଁର ରମେଶ ବେହେରା , ଚାନ୍ଦପୁରର ସୋମନାଥ ସାହୁ ଏବଂ କଇଁଫୁଲିଆର ଅଶୋକ ସେନାପତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ବହୁ ମାମଲା ରହିଛି ।

ଗତକାଲି ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ତିନିଜଣ ଲୁଟ୍ ଯୋଜନା କରୁଥିବା ସମୟରେ ଶରଣକୁଳ ପୋଲିସ ସେମାନଙ୍କୁ ଧରିବାକୁ ଯାଇଥିଲା । ସେହିସମୟରେ ଅପରାଧୀମାନେ ପୋଲିସ ଉପରକୁ ଗୁଳିଚଳାଇଥିଲେ । ତେବେ ଏଥିରେ କାହାର କ୍ଷତି ହୋଇନଥିବାବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା ।

ସେମାନଙ୍କ ନିକଟରୁ ପୋଲିସ ୫ଟି ବାଇକ୍ , ୫ଟି ମୋବାଇଲ୍ ଏବଂ ଗୋଟିଏ ପିସ୍ତଲ୍ ଜବତ କରିଛି । ବାଇକ୍ ଗୁଡିକ ଚୋରି ନି ନାହିଁ ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି । ଅଧିକ ତଦନ୍ତ ପରେ ଗଣମାଧ୍ୟମକୁ ବିବରଣୀ ଦିଆଯିବ ବୋଲି ଥାନାଅଧିକାରୀ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।