ଦେଶ ବିଦେଶ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ କୋଭିଡ୍‌ ସଂକ୍ରମଣ ଯୋଗୁଁ ୬ ମୃତ: ଏବେ ଟିକା ପଠାଇବା ଯୋଜନା ନାହିଁ ବୋଲି କହିଲା ଆମେରିକା

ସିଓଲ୍‌: ଜ୍ବରରେ ପୀଡ଼ିତ ହୋଇଥିବା ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଥିବା କଥା ଶୁକ୍ରବାର ଦିନ ଉତ୍ତର କୋରିଆ କହିଛି ବୋଲି ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି।

ରିପୋର୍ଟରେ ଉ‌ଲ୍ଲେଖ ଅଛି, ଏପ୍ରିଲ୍‌ ଶେଷାର୍ଦ୍ଧ ବେଳୁ କାରଣ ଜଣାପଡ଼ି ନ ଥିବା ଏକ ପ୍ରକାର ଜ୍ବର ଦେଶ ସାରା ବ୍ୟାପୁଛି। ଉକ୍ତ ଜ୍ବରରେ ପୀଡ଼ିତ ହୋଇ ୬ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଓମିକ୍ରନ୍‌ କରୋନାଭାଇରସ୍‌ର ଉପପ୍ରଜାତି ‘ବିଏ.୨’ ପଜିଟିଭ୍‌ ବାହାରିଥିଲେ।

ଜ୍ବରରେ ଆକ୍ରାନ୍ତ ହୋଇ ସମ୍ପ୍ରତି ପ୍ରାୟ ୧୮୭,୮୦୦ ବ୍ୟକ୍ତି ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି। ପ୍ରାୟ ୩୫୦,୦୦୦ ବ୍ୟକ୍ତିଙ୍କ ଠାରେ ଉକ୍ତ ଅଚିହ୍ନା ଜ୍ବରର ଲକ୍ଷଣ ପ୍ରକାଶ ପାଇଛି। ସେଥିରୁ କେବଳ ୧୮,୦୦୦ ବ୍ୟକ୍ତି ଗତ ମଙ୍ଗଳବାର ଦିନ ଜ୍ବରାକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏଯାବତ୍‌ ପ୍ରାୟ ୧୬୨,୨୦୦ ବ୍ୟକ୍ତିଙ୍କର ଚିକିତ୍ସା କରାଯାଇଛି। କିନ୍ତୁ, ସେମାନଙ୍କ ମଧ୍ୟରୁ କେତେଜଣ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି ସେ ଜଣାପଡ଼ି ନାହିଁ ବୋଲି ‘କେସିଏନ୍‌ଏ’ ରିପୋର୍ଟ କରିଛି।

ଗୁରୁବାର ଦିନ ‘କଠୋର ଜାତୀୟ ଜରୁରୀକାଳୀନ ପରିସ୍ଥିତି’ ସହ ଜାତୀୟ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ପରିସ୍ଥିତି ଓ କିଭଳି ତା’ର ମୁକାବିଲା କରାଯାଉଛି ତାହା ଯାଞ୍ଚ କରିବା ଲାଗି ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ମଙ୍ଗଳବାର ଦିନ ‘ଆଣ୍ଟି-ଭାଇରସ୍‌ କମାଣ୍ଡ୍‌ ସେଣ୍ଟର୍‌’ ପରିଦର୍ଶନ କରିଥିଲେ।

ତେଣେ, ଆମେରିକା କହିଛି ଯେ, ଉତ୍ତର କୋରିଆକୁ କୋଭିଡ୍‌-୧୯ ଟିକା ପଠାଇବାର କୌଣସି ଯୋଜନା ନାହିଁ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଜେନ୍‌ ସାକି ଗୁରୁବାର ଦିନ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ‘କୋଭାକ୍ସ’ ଠାରୁ ଟିକା ଅନୁଦାନ ଗ୍ରହଣ କରିବା ଲାଗି ଉତ୍ତର କୋରିଆ ବାରମ୍ବାର ମନା କରିଆସିଛି। କିନ୍ତୁ, ବିଶ୍ବରେ କୋଭିଡ୍‌-୧୯ ନିରୋଧୀ ମୁକାବିଲା ପାଇଁ ଆବଶ୍ୟକ ଟିକା ‘କୋଭାକ୍ସ’କୁ ଯୋଗାଇବାକୁ ଆମେ ପ୍ରସ୍ତୁତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ