ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ : ଜଳିଗଲେ ମାଆ ଓ ଦୁଇ ସନ୍ତାନ

ବାରିପଦା, ୧୩|୦୫: ନିଆଁରେ ଜଳିଗଲେ ମାଆ ଓ ଦୁଇ ସନ୍ତାନ । ରାତିରେ ଘରେ ଶୋଇଥିଲା ବେଳେ ଲାଗିଗଲା ନିଆଁ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହି । ଗୁରୁବାର ରାତି ପ୍ରାୟ୨ଟା ସମୟରେ ଏହି ଦୁଃଖଦ ଘଟଣା ଘଟିଥିବା ଜଣାପଡିଛି।

ପରିବାର ଲୋକେ ଗଭୀର ନିଦରେ ଶୋଇ ଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ୱାମୀ ମଙ୍ଗଲ ମାର୍ଣ୍ଡି ପ୍ରାଥମିକ ତଦନ୍ତ ସମୟରେ ପୋଲିସ ସମ୍ମୁଖରେ ପ୍ରକାଶ କରିଛି । ଖବର ପାଇବା ମାତ୍ରେ ସାରସକଣା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ମୃତକମାନେ ହେଲେ ମଙ୍ଗଲ ମାର୍ଣ୍ଡିଙ୍କ ପତ୍ନୀ ସୁରୁକୁନି ମାର୍ଣ୍ଡି (୨୪) , ୬ବର୍ଷର ଝିଅ ସରିତା ମାର୍ଣ୍ଡି ଓ ୩ମାସର ପୁଅ ଜଗଦୀଶ ମାର୍ଣ୍ଡି ।

ଆହୁରି ମଧ୍ୟ ଜଣା ପଡିଛି ଯେ, ସ୍ୱାମୀ ମଙ୍ଗଲ ପୂର୍ବରୁ ଜଣକୁ ବିବାହ କରିଥିଲେ । ଘରୋଇ କଳି ଯୋଗୁଁ ସେ ତାଙ୍କୁ ଛାଡ଼ିଦେଇ ସୁରୁକୁନିଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ଅଗ୍ନିକାଣ୍ଡରେ ମୃତ୍ୟୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମଙ୍ଗଲକୁ ଝାରପୋଖରିଆ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯିବ ବୋଲି ଡିଏସପି ଶ୍ରୀ ମୁକ୍ତି କୁମାର କୁଲୁ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।