ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାହାଘର ସାରି ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀଙ୍କ ଗାଡି, ୭ ଗୁରୁତର

ରାଇରଙ୍ଗପୁର, ୧୩/୦୫: ଓଲଟିଲା ବରଯାତ୍ରୀ ଗାଡ଼ି, ୭ ଜଣ ଆହତ। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ସ୍ଥିତ ଜଙ୍ଗଲଭିୟୁ ହୋଟେଲ ନିକଟରେ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ଝିଅ ବାହାଘର ସାରି ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ ବରଯାତ୍ରୀ। ତେବେ ଏକ ସବାରୀ ଗାଡ଼ିରେ ଉକ୍ତ ୧୩ଜଣ ବରଯାତ୍ରୀ ଆଜି ସକାଳୁ କୁସୁମବନ୍ଧ ଗ୍ରାମ ଫେରୁଥିବାବେଳେ ସବାରୀ ଗାଡ଼ିର ଚାଳକଙ୍କ ଆଖି ଲାଗିଯିବାରୁ ବିଜାତଳାସ୍ଥିତ ଜଙ୍ଗଲଭିୟୁ ହୋଟେଲ ପାଖାପାଖି ଗାଡ଼ିଟି ରାସ୍ତା କଡକୁ ଓଲଟି ପଡିଥିଲା। ଫଳରେ ୭ ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା।

ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡିଛି। ଆହତ ଯୁବକମାନେ କୁସୁମବନ୍ଧ ଗ୍ରାମର ଅବିନାଶ ସେଠୀ, ଦୀପକ ଦେହୁରୀ, ବୁଧୁରାମ ବେହେରା, ଶ୍ରୀକାନ୍ତ ବେହେରା, ଜଗନ୍ନାଥ ବେହେରା, ଗୌତମ ବେହେରା ଓ ହେମନ୍ତ ବେହେରା ବୋଲି ପରିଚୟ ମିଳିଛି। ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।