ଦେଶ ବିଦେଶ ମନୋରଞ୍ଜନ

ବିବାହର ୮ବର୍ଷ ପରେ ମାଆ ହେଲେ ଅଭିନେତ୍ରୀ କୃତିକା, ଶିଶୁ କନ୍ୟା ସହ ଘରକୁ ଆସିଲା ଖୁସି

ନୂଆଦିଲ୍ଳୀ ୧୨।୦୫: କିଛି ଦିନରୁ ବଲିଉଡ୍‌ ଠାରୁ ଆରମ୍ଭ କରି ଟେଲି ଇଣ୍ଡଷ୍ଟ୍ରିୁ ଅନେକ ଖୁସି ଖବର ଶୁଣିବାକୁ ମିଳୁଛି । କିଏ ବିବାହ କରୁଛି ତ ଆଉ କାହା ଘରେ ଶିଶୁକୁ ସ୍ବାଗତ କରାଯାଉଛି । ଟିଭି ଇଣ୍ଡଷ୍ଟ୍ରିର ଜଣା ଶୁଣା ଅଭିନେତ୍ରୀ କୃତିକା ସେଙ୍ଗର ମଧ୍ୟ ଖୁସି ଖବର ଶୁଣାଇଛନ୍ତି । ଅଭିନେତ୍ରୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ।

ନିକଟରେ ଭାରତୀ ସିଂ ଏବଂ ଦେବିନା ବାନାର୍ଜୀ ମଧ୍ୟ ପରେ ଗୁରୁବାର ଅର୍ଥାତ୍‌ ଆଜି ସକାଳେ କୃତିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। କୃତ୍ରିକା ସୋସିଆଲ୍‌ ମିଡିଆରେ ପ୍ରଶଂସକଙ୍କୁ ଗର୍ଭଧାରଣ ବିଷୟରେ ଜଣାଇଥିଲେ । ଏହାପରେ ସେ ଗର୍ଭଧାରଣ ସମୟର ଅନେକ ଯାତ୍ରା ତଥା ସ୍ମୃତି ବାଣ୍ଟିଥିଲେ।ଏନେଇ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଝିଅ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି। କିନ୍ତୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ଭାଇରାଲ ଭୟାନୀ ତାଙ୍କ ଅଫିସିଆଲ ଆକାଉଣ୍ଟରେ ଏହି ଖୁସି ଖବର ସେୟାର କରିଛନ୍ତି।

କୃତିକି ଏବଂ ନିକିତିନ ଧୀରଙ୍କ ଦୁହେଁ ଦୀର୍ଘଦିନ ଧରି ଡେଟ୍‌ କରିବା ପରେ ୧୦୧୪ରେ, ଉଭୟ ବିବାହ କରିଥିଲେ । ବିବାହର ପ୍ରାୟ ୮ ଟି ବିବାହ ପରେ କୃତିକା ମାତୃତ୍ବ ଲାଭ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ