ଅପରାଧ ରାଜ୍ୟ

ରାସ୍ତାରେ ଓଲଟିଲା ବିୟର ବୋଝେଇ ଗାଡ଼ି, ପେଟି ପେଟି ମଦ ବୋହିନେଲେ ଲୋକେ…

ନବରଙ୍ଗପୁର ୧୨।୦୫: ରାସ୍ତା ମଝିରେ ଓଲଟିଲା ବିଦେଶୀ ମଦ ବୋଝେଇ ଗାଡି । ଦୁର୍ଘଟଣାଗ୍ରସ୍ତ ଗାଡିରୁ ପେଟେ ପେଟି ମଦ ବୋହିନେଲେ ଲୋକେ। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଛେଳିପଦର ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଭାରସାମ୍ୟ ହରାଇ ଗାଡିଟି ଦୁର୍ଘଟଣା ହେବ ପରେ ଏପରି ଦେଖିବାକୁ ମିଳିଥିଲା ।

ଖବର ଅନୁଯାୟୀ, କୋଷାଗୁମୁଡା ବ୍ଲକ ସନ୍ତୋଷପୁରରେ ଥିବା ବିଦେଶୀ ମଦ ଭାଟିକୁ ବିୟର ନେଇ ଆସୁଥିବା ଗାଡି ଛେଳିପଦର ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଗାଡ଼ିରେ ଥିବା ପେଟି ପେଟି ବିୟର ମଦ ବୋତଲ ଭାଙ୍ଗି ରାସ୍ତାରେ ଭାସିଥିଲା । କିଛି ସମୟ ପାଇଁ ରାସ୍ତାରେ ମଦର ବନ୍ୟା ଦେଖିବାକୁ ମିଳିଥିଲା । ଏହା ଜାଣିବା ପରେ ସ୍ଥାନୀୟଲୋକେ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ବିୟର ପେଟି ଟେକି ନେଇଥିଲେ ।

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ସନ୍ତୋଷପୁର ବିଦେଶୀ ମଦ ଦୋକାନର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବଳିଥିବା ମଦ ବୋତଲ ଗୋଟାଇ ନିଜ ଗାଡ଼ିରେ ଦୋକାନକୁ ନେଇଥିବାର ଦେଖିବାକୁ ମିଳିଥିଲା । ଅନ୍ୟପଟେ ଏହି ଖବର ପାଇ କୋଷାଗୁମୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।