ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଏସ୍‌ସିବି: କେବେ ସୁଧୁରିବ ଏ ସମସ୍ୟା?

କଟକ : ପାଦ ରଖିବାକୁ ବି ଜାଗା ନାହିଁ। ୱାର୍ଡ ଭିତର ହେଉ କି ବାରଣ୍ଡା, ସବୁଠି ତଳେ ଗଡ଼ୁଛନ୍ତି ରୋଗୀ। କାହା ହାତରେ ସାଲାଇନ୍‌ ଲାଗିଛି ତ କାହାର ଅକ୍ସିଜେନ୍‌। କାହା ପାଇଁ ଆଇସିୟୁର ବି ଆବଶ୍ୟକତା ଅଛି। କିନ୍ତୁ ଚଟାଣରେ ସପ ଅଥବା ବେଡସିଟ୍ ପାରି ପଡ଼ି ରହିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲ ଏସ୍‌ସିବିର ପୁରୁଣା ମେଡିସିନ୍‌ ବିଭାଗର ଏଭଳି ଦୃଶ୍ୟ ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ଉଦ୍‌ବେଗଜନକ ସ୍ଥିତି ବୟାନ କରୁଛି। ମେଡିସିନ୍ ବିଭାଗରେ ୮ଟି ୟୁନିଟ୍‌ ରହିଥିବା ବେଳେ ୧୨ ଶହ ବେଡ୍‌ ଦରକାର। କିନ୍ତୁ ରହିଛି ମାତ୍ର ୪୦୦।

ଅନ୍ୟପଟେ କେବଳ ବେଡ୍ ସମସ୍ୟା ନୁହେଁ, ବିଭାଗରେ ଡାକ୍ତର ବି ନାହାନ୍ତି। ୪୫ ଜଣ ଡାକ୍ତର ରହିବା ସ୍ଥାନରେ ଅଛନ୍ତି ମାତ୍ର ୨୨ ଜଣ। ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ୨୦୨୪ ସୁଦ୍ଧା କୋଠା ନିର୍ମାଣ ଶେଷ କରିବାକୁ ସରକାର ଯୋଜନା କରୁଥିବା ବେଳେ ଏ ସ୍ଥିତି ସୁଧାରିବାକୁ କେତେ ବର୍ଷ ନେବେ, ତାହା ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ