ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ କରୋନାର ପ୍ରଥମ ମାମଲା, ଦେଶବ୍ୟାପୀ ଲକଡାଉନ ଘୋଷଣା କଲେ ତାନାଶାହୀ

ଉତ୍ତର କୋରିଆ ୧୨/୦୫ : ସାରା ବିଶ୍ୱକୁ ପୁଣି କଲବଲ କରିବକାୁ ଲାଗିଲାଣି କରୋନା ମହାମାରୀ । ଅନେକ ଦେଶରେ ଭୂତାଣୁ ତାର ପ୍ରକୋପ ଦେଖାଇବାକୁ ଲାଗିଲାଣି । ଏବେ ଉତ୍ତରକୋରିଆରେ ଏଣ୍ଟ୍ରି ମାରିଛି ମହାମାରୀ । କରୋନା ସଂକ୍ରମଣର ପ୍ରଥମ ମାମଲା ଏଠାରେ ନିଶ୍ଚିତ ହୋଇଛି । ଫଳରେ ଦେଶବ୍ୟାପୀ ତାଲାବନ୍ଦ କରିବାକୁ ଘୋଷଣା ହୋଇଛି ।

ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଦ୍ୱାରା ଏହି ଲକଡାଉନ ଘୋଷଣା ହୋଇଛି । ଫଳରେ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି । ଏହାପୂର୍ବରୁ ଉତ୍ତର କୋରିଆ କୌଣସି କରୋନା ମାମଲା ଆସିନିଥିଲା । ସରକାର ମଧ୍ୟ ନିଜେ ଏନେଇ ନିଶ୍ଚିତ କରିଥିଲେ । ଏବେ କିନ୍ତୁ ବର୍ତ୍ତମାନ ସରକାର ଏନେଇ ନିଜେ ନିଶ୍ଚିତ କରିଛନ୍ତି । ଫଳରେ ପ୍ରତିବନ୍ଧକ ମଧ୍ୟ ଘୋଷଣା କରାଯାଇଛି ।

ଯଦିଓ କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବରୁ ମଧ୍ୟ କୋରିଆରେ କରୋନା ସଂକ୍ରମଣର ଅନେକ ମାମଲା ଦେଖିବାକୁ ମିଳିଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ପ୍ୟୋଙ୍ଗୟାଙ୍ଗରେ ମିଳିଥିବା ରୋଗୀଙ୍କଠାରେ ଜ୍ୱର ଲକ୍ଷଣ ରହିଛି । ଯାଞ୍ଚ ପରେ ଓମିକ୍ରନ୍ BA.2 ପ୍ରକାର ନିଶ୍ଚିତ ହୋଇଛି । କିମ ଜୋଙ୍ଗ ଉନ ଗୁରୁବାର ଦିନ ବରିଷ୍ଠ ଅଧିକାରୀଙ୍କ ଏକ ବୈଠକ ଡାକିଥିଲେ ।

ପରେ କରୋନା ସଙ୍କଟର ମୁକାବିଲା ପାଇଁ ଲକଡାଉନ କରିବାକୁ ଘୋଷଣା କରିଥିଲେ । କିମ ଜୋଙ୍ଗ ଉନ୍ ନିର୍ଦ୍ଦେଶ ଦେଇଛନ୍ତି ଯେ ସମସ୍ତ ସହରରେ ଲକଡାଉନ୍ ଲାଗୁ କରାଯାଉ । ଏମିତିକି ଏହି ସବୁ ପ୍ରତିବନ୍ଧକ ପାଳନ କରାଯିବା ଉଚିତ୍ । ତେବେ କୋରିଆ ନାଗରିକଙ୍କ ଉପରେ କେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ଲକଡାଉନ୍ ଘୋଷଣା କରି କିମ ଜୋଙ୍ଗ ଉନ୍ ନିଶ୍ଚିତ କରିଛନ୍ତି ଯେ କରୋନା ସଂକ୍ରମଣରୁ ଦେଶ ନିଶ୍ଚୟ ଜିତିବ । ସେ କହିଛନ୍ତି ଯେ ଯେଉଁ ପରିସ୍ଥିତି ଉପୁଜିଛି ଆମେ ଏହାକୁ ଦୂର କରିବୁ । ଶୀଘ୍ର ଆମେ ଏହା ଉପରେ ବିଜୟ ହାସଲ କରିବୁ । ଉତ୍ତର କୋରିଆରେ ଏପର୍ଯ୍ୟନ୍ତ କେତେ କରୋନା ମାମଲା ଦେଖିବାକୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ମାତ୍ର ଗୋଟିଏ ମାମଲା ନିଶ୍ଚିତ ହୋଇଛି ।

ଏହା ଆଶଙ୍କା କରାଯାଉଛି ଯେ ଦେଶରେ ବଡ଼ ଧରଣର ସଂକ୍ରମଣ ମାମଲା ହୋଇଥାଇପାରେ, କେବଳ ସେତେବେଳେ ତାଲା ପକାଇବାର ଘୋଷଣା କରାଯାଇଛି । ବାସ୍ତବରେ ଉତ୍ତର କୋରିଆର ଜନସଂଖ୍ୟା ୨୫ ନିୟୁତ । ତେବେ ଆଶ୍ଚର୍ଯ୍ୟର ବିଷୟ ଏଯାଅଁ ଏଠାରେ କୌଣସି ଟୀକାକରଣ ଅଭିଯାନ କରାଯାଇ ନାହିଁ । ଏଭଳି ପରିସ୍ଥିତିରେ ତାଙ୍କ ସାମ୍ନାରେ ଏକ ବଡ଼ ସଙ୍କଟ ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ