ଅପରାଧ ରାଜ୍ୟ

ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ପୋଲିସ୍‌ର ଚଢ଼ାଉ, ୭୬ ବସ୍ତା ଗଞ୍ଜେଇ ଜବତ, ୧୦ ଗିରଫ

ଚିତ୍ରକୋଣ୍ଡା, ୧୨/୦୫: ଚିତ୍ରକୋଣ୍ଡା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଚଢ଼ଉ କରାଯାଇଛି । ଏକ ସ୍ୱତନ୍ତ୍ର ଟିମ ଗଞ୍ଜେଇ ଚୋରାରେ ଚାଲାଣ କରାଯାଉଥିବାର ଖବର ପାଇ, ଗତକାଲି ରାତିରେ ନୂଆଗୁଡା ପଞ୍ଚାୟତ ଆର.ଏସ.ସି – ୧୦, ପୁରୁଣାପାଣି ଓ ରଥଗୁଡ଼ା ଅଞ୍ଚଳରେ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ରଥଗୁଡ଼ା ଗ୍ରାମ ଠାରୁ ୭୦୦ ମିଟର ଦୂରରେ କିଛି ଵ୍ୟକ୍ତି ଏକାଠି ହୋଇ ଠିଆ ହୋଇଥିବାର ଦେଖିଥିଲେ । ପୋଲିସ ତାଙ୍କର ପିଛା କରିଥିଲେ l

ପୋଲିସ ଗାଡିକୁ ଦେଖି ସେମାନେ ଜଙ୍ଗଲ ଭିତରକୁ ଦୌଡିବାକୁ ଲାଗିଥିଲେ । ପୋଲିସ ପିଛା କରି ୧୦ ଜଣଙ୍କୁ କାବୁ କରିବା ସହ ୭୬ ଗୋଟି ଜରି ବ୍ୟାଗ ଭର୍ତ୍ତି ଗଞ୍ଜେଇକୁ ଜବତ କରିବାରେ ସଫଳ ହେଇଛି । ଏହି ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଚିତ୍ରକୋଣ୍ଡା ଥାନା କେଶ ନମ୍ବର ୫୯/୨୦୨୨ରେ କୋର୍ଟ ଚାଲାଣ କରାଯାଇଛି l ସମୁଦାୟ ୭୬ ଟି ବ୍ୟାଗରେ ୧୭ କୁଇଣ୍ଟାଲ ୧୫ କେଜି ଆଠଶହ ଗ୍ରାମ ଗଞ୍ଜେଇ ଥିବାର ଜଣାପଡ଼ିଛି l ଉକ୍ତ ଗଞ୍ଜେଇକୁ ନେଇ ସୀମାନ୍ତ ରାଜ୍ୟ ଆନ୍ଧ୍ର ପ୍ରଦେଶକୁ ଚୋରାରେ ଚାଲାଣ କରାଯାଉଥିଲା l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।