ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ଏନକାଉଣ୍ଟର: କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକ ଏସସିବି ମେଡିକାଲରେ ଭର୍ତ୍ତି

କଟକ/ ଭୁବନେଶ୍ବର: ଭୁବନେଶ୍ୱର ଏନକାଉଣ୍ଟରରେ ଗୁରୁତର ଆହତ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକକୁ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଚକରାର ଡାହାଣ ପଟ ଗୋଡ଼ରେ ଗୁଳି ବାଜିଛି। ଚକରା ବାରିକକୁ କାଜୁଆଲଟିରୁ ସର୍ଜରି ୱାର୍ଡକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଖଣ୍ଡଗିରି ପୁଲିସ ଥାନା ଅନ୍ତର୍ଗତ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ପ୍ରାୟ ରାତି ସାଢ଼େ ୪ଟାରେ କୁଖ୍ୟାତ ଦୁର୍ବୃତ୍ତ ଚକରା ବାରିକଙ୍କ ନେତୃତ୍ବରେ ତା’ର ୬/୭ଜଣ ସହଯୋଗୀ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ କୌଣସି ଏକ ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଖଣ୍ଡଗିରି ପୁଲିସର ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ପ୍ରଥମେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ସେଠାରେ ନିଆଁ ଜଳିଥିଲା। କିନ୍ତୁ ପୁଲିସ ଏହାକୁ ଖାତିର ନକରି ଦୁର୍ବୃତ୍ତଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲା। ତେବେ ଦୁର୍ବୃତ୍ତ ଓ ପୁଲିସ ଭିତରେ ଗୁଳିବିନିମୟ ବେଳେ ଅନ୍ଧାରର ସୁଯୋଗ ଦେଖି ୬/୭ଜଣ ଅପରାଧୀ ଫେରାର ହୋଇଯାଇଥିଲେ। କୁଖ୍ୟାତ ଅପରାଧୀ ଚକରା ବି ଖସିଯିବାକୁ ବସିଥିବାବେଳେ ପୁଲିସ ଗୁଳିମାଡ଼ରେ ସେ ଘାଇଲା ହୋଇଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।