ଖେଳ ଦେଶ ବିଦେଶ

ଜାତୀୟ ମହିଳା ହକି: କେରଳକୁ ହରାଇଲା ଓଡ଼ିଶା

ଭୁବନେଶ୍ବର: ମଧ୍ୟପ୍ରଦେଶ‌ର ଭୋପାଳରେ ଚାଲିଥିବା ଦ୍ବାଦଶ ଜାତୀୟ ମହିଳା ହକି ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଧାରା ଜାରି ରହିଛି। ‌ପ୍ରଥମ ମ୍ୟାଚ୍‌ରେ ତେଲେଙ୍ଗାନାକୁ ୧୪-୦ରେ ହରାଇଥିବା ଓଡ଼ିଶା ମଙ୍ଗଳବାର କେରଳକୁ ୧୧-୦ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ଓଡ଼ିଶା ୨ରୁ ୨ ମ୍ୟାଚ୍‌ ଜିତି ୬ ପଏଣ୍ଟ୍ ସହ ଗ୍ରୁପ୍‌-ଏଚ୍‌ ‌ଟେବୁଲର ଶୀ‌ର୍ଷ ସ୍ଥାନକୁ ଦୃଢ଼ କରିଛି। ଓଡ଼ିଶା ଶୁକ୍ରବାର ଶେ‌ଷ ଲିଗ୍‌ ମ୍ୟାଚ୍‌ରେ ହିମାଚଳକୁ ଭେଟିବ। ମଙ୍ଗଳବାର ମ୍ୟାଚ୍‌ରେ ଓଡ଼ିଶା ପକ୍ଷରୁ ପୁନମ ବାର୍ଲା (୧୦, ୩୪ ମିନିଟ୍‌), ରୋଜିତା କୁଜୁର (୨୦, ୫୩ ମିନିଟ୍‌), ଦୀପ୍ତି ଲାକ୍ରା (୨୧, ୪୨ ମିନିଟ୍‌) ଓ ଜାହ୍ନବୀ ପ୍ରଧାନ (୫୨, ୫୬) ଦୁଇଟି ଲେଖାଏଁ ଗୋଲ୍‌ ଦେଇଥିଲେ। ନେହା ଲାକ୍ରା (୩୬ ମିନିଟ୍‌), ସୁନିତା ଲାକ୍ରା (୪୦ ମିନିଟ୍‌) ଓ ବିମଳା ବରୱା (୫୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ମଙ୍ଗଳବାର ଖେଳାଯାଇଥିବା ଏହି ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ହିମାଚଳ ୮-୦ ଗୋଲ୍‌ରେ ତେଲେଙ୍ଗାନାକୁ ପରାସ୍ତ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ