ଦେଶ ବିଦେଶ ସ୍ୱାସ୍ଥ୍ୟ

ଦୈନିକ ସଂକ୍ରମଣରେ ୨୮ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଆଜି ୨,୨୮୮ ନୂଆ କୋଭିଡ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୧୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦୈନିକ ସଂକ୍ରମଣ ମାମଲାରେ ୨୮ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୧,୦୭,୬୮୯ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୧୯,୬୩୭କୁ ଖସି ଆସିଛି। କରୋନା ମୃତ୍ୟୁସଂଖ୍ୟା ୫,୨୪,୧୦୩ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୫ ପ୍ରତିଶତ ଏବଂ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୪୭ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୭୯ ପ୍ରତିଶତ ରହିଛି। ମୋଟ୍‌ ଟିକାକରଣ ୧୯୦.୫୦ କୋଟି ଟପିଯାଇଛି। ଅନ୍ୟପକ୍ଷେ ୧୨ରୁ ୧୪ ବର୍ଷ ମଧ୍ୟରେ ୩ କୋଟିରୁ ଅଧିକ ଶିଶୁ ପ୍ରଥମ ଡୋଜ୍‌ କରୋନା ଟିକା ନେଇ ସାରିଛନ୍ତି। ୧୨-୧୪ ବର୍ଷ ମଧ୍ୟରେ ଏଯାବତ ମୋଟ୍‌ ୩,୦୬,୬୯,୮୨୦ ଶିଶୁ ପ୍ରଥମ ଡୋଜ୍‌ ନେଇଛନ୍ତି। ଅନ୍ୟପକ୍ଷେ ୧,୦୨,୦୦,୨୭୨ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି। ଅନ୍ୟପକ୍ଷେ ୧୫-୧୮ ବର୍ଷ ମଧ୍ୟରେ ୫,୮୭,୭୦,୪୨୮ ପ୍ରଥମ ଡୋଜ୍‌ ଦିଆଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ