ଅପରାଧ ଦେଶ ବିଦେଶ

ଘରେ ଶୌଚାଳୟ ନଥିବାରୁ ମହିଳାଙ୍କ ଆତ୍ମହତ୍ୟା

କୁଡାଲୋର: ସ୍ୱାମୀଙ୍କ ଘରେ ଶୌଚାଳୟ ନଥିବାରୁ ଅସନ୍ତୋଷ ପ୍ରକାଶ କରି ଜଣେ ୨୭ ବର୍ଷୀୟା ମହିଳା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। କୁଡାଲୋର ଜିଲ୍ଲାର ଆରିସିପେରିଆନକୁପ୍ପମ ଗ୍ରାମର ରାମିୟା ଏକ ଘରୋଇ ଡାକ୍ତରଖାନାରେ କାମ କରନ୍ତି। ଏପ୍ରିଲ ୬ ତାରିଖରେ କାର୍ତ୍ତିକେୟନଙ୍କ ସହ ତାଙ୍କର ବିବାହ ହୋଇଥିଲା। ସ୍ୱାମୀଙ୍କ ଘରେ ଶୌଚାଳୟ ନ ଥିବାରୁ ରାମିୟା ବିବାହର କିଛି ଦିନ ପରେ ତାଙ୍କ ମା’ଙ୍କ ପାଖକୁ ଆସି ରହୁଥିଲେ। କୁଡାଲୋର ସହରରେ ଶୌଚାଳୟ ଥିବା ଏକ ଭଡ଼ା ଘର ଖୋଜିବାକୁ ସେ କାର୍ତ୍ତିକେୟନଙ୍କୁ କହିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସୋମବାର ରାମିୟା ଘର ଛାତ ଫ୍ୟାନରେ ଫାଶୀ ଲଗାଇଥିଲେ। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ