ଅପରାଧ ଦେଶ ବିଦେଶ

‘ବ୍ରେନ୍‌ ଆନିୟୁରିଜମ୍‌’ରେ ଆକ୍ରାନ୍ତ‌ ହୋଇଛନ୍ତି ଚୀନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌: ରିପୋର୍ଟ

ବେଜିଙ୍ଗ୍‌: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ ଡାକ୍ତରୀ ଭା‌ଷାରେ ‘ଆଜିୟୁରିଜମ୍‌’ କହନ୍ତି।

ଜଣାପଡ଼ିଛି, ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ସେ ଏଥିପାଇଁ ପାରମ୍ପରିକ ଚୀନା ଔଷଧ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଔଷଧ ଖାଇଲେ ଧମନୀ ନରମ ‌ହୋଇ ଫୁଲା କମିଯାଏ।

କୋଭିଡ୍‌-୧୯ ବ୍ୟାପିବା ପରଠାରୁ ବେଜିଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ପର୍ଯ୍ୟନ୍ତ ସି ବିଦେଶୀ ନେତାମାନଙ୍କୁ ଭେଟିବାକୁ ମନା କରିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକ୍ରାନ୍ତରେ କଳ୍ପନାଜଳ୍ପନା ଚାଲିଥିଲା।

ପୂର୍ବରୁ ୨୦୧୯ ମାର୍ଚରେ ସି’ଙ୍କ ଇଟାଲି ଗସ୍ତ ସମୟରେ ତାଙ୍କ ଚାଲି ଅସ୍ବାଭାବିକ ଦିଶୁଥିଲା ଏବଂ ସେ ଛୋ‌ଟାଉ ଥିଲେ। ସେହି ସମୟରେ ଇଟାଲି ଗସ୍ତ ଶେଷ କରି ଫ୍ରାନ୍‌ସ ଗସ୍ତ ସମୟରେ ମଧ୍ୟ ସି’ ଆସନ ଗ୍ରହଣ କରିବା ବେଳେ ସାହାରା ଖୋଜୁଥିଲେ।

ସେହିପରି, ୨୦୨୦ ଅକ୍ଟୋବରରେ ଶେନ୍‌ଝେନ୍‌ରେ ସର୍ବସାଧାରଣରେ ଉଦ୍‌ବୋଧନ ଦେବା ପାଇଁ ବିଳମ୍ବରେ ପହଞ୍ଚିବା ଏବଂ କାଶ ଯୋଗୁଁ ଧୀରେ ଧୀରେ ଭାଷଣ ଦେବା ଘଟଣାରୁ ଜଣାପଡ଼ିଥିଲା ଯେ ସି ଅସୁସ୍ଥ ରହୁଛନ୍ତି।

ଚଳିତ ବର୍ଷ ଦ୍ବିତୀୟାର୍ଦ୍ଧରେ ସି ତୃତୀୟ ୫ ବର୍ଷ ପାଇଁ ପୁନଃନିର୍ବାଚିତ ହେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜ ଶାସନ କାଳରେ ସେ ଚୀନ୍‌କୁ ଅଧିକ ସମୃଦ୍ଧ, ପ୍ରଭାବଶାଳୀ ଏବଂ ସୁଦୃଢ଼ କରିବା ଲାଗି ପ୍ରୟାସ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ