ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବାଲିଗୁଡା ବିଧାୟକ ଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

ବାଲିଗୁଡ଼ା- କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାୟକ ଶ୍ରୀଯୁକ୍ତ ଚକ୍ରମଣି କହଁର ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଛନ୍ତି ।ବିଧାୟକ ଙ୍କ ସହ କ, ନୂଆଗାଁ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଶରତ କୁମାର ପାତ୍ର , କ, ନୂଆଗାଁ ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା, ବ୍ଲକ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପଣ୍ଡା ବାବୁ , ସାରଙ୍ଗଡ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସେଠୀ ବାବୁ ସାରଙ୍ଗଡ ସରପଞ୍ଚ ବରୁଣ କହଁର ଏବଂ ବଣ୍ଡ ଗୁଡ଼ା ସରପଞ୍ଚ ସଞ୍ଜୟପ୍ରଧାନ ପରିଦର୍ଶନ ରେ ଉପସ୍ଥିତ ଥିଲେ ।ଆଗରୁ ବହୁବାର ସ୍ମାର୍ଟ ସ୍କୁଲ ନିର୍ମାଣ ରେ ଅନିୟମିତତା, ଖରାପ କାମ ଜାଲିଆତି ହେଉଥିବା ଅଭିଯୋଗ କରାଯାଇଥିଲା !ବିଦ୍ୟାଳୟ ର କୌଣସି କାମ ଠିକ ରୂପେ କରାଯାଇନାହିଁ ।ସ୍ମାର୍ଟ ସ୍କୁଲ ପାଇଁ ସରକାରୀ ଅନୁଦାନ କେତେ ଟଙ୍କା ଆସିଛି ସେ ବିଷୟରେ କିଛି ତଥ୍ୟ ନାହିଁ କିମ୍ବା ସୂଚନା ଫଳକ ନାହିଁ ? ବିନା ସୂଚନା ଫଳକ ଓ ବିନା ଯୋଜନା ରେ କାମ ଚାଲିଛି ।ପାଚେରୀ ଗୁଡାକ ମରାମତି ନ କରି ଲାଗିରହିଥିବା ଶିଉଳି ବାହାର ନକରି କଲର ଦିଆଯାଇଛି ।ପୁରୁଣା ବିଦ୍ୟାଳୟ ର ଭଙ୍ଗା ଏଜେବେଷ୍ଟ ବାହାର ନକରି କଲର ମାରି ଦିଆଯାଇଛି ।ପୁରୁଣା ଶୌଚାଳୟ ଗୁଡିକ ମରାମତି ମଧ୍ୟ ହୋଇନାହିଁ ।ଅଧାରୁ ଅଧିକ ପାଚେରୀ ଜରାଜୀର୍ହ୍ନ ଅବସ୍ଥାରେ ।ପୁରାପୁରି ଦେଖିବାକୁ ଗଲେ ଏହା ସ୍ମାର୍ଟ ସ୍କୁଲ ପରି ଲାଗୁନାହିଁ ? ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସ୍ମାର୍ଟ ସ୍କୁଲ ନାମରେ ହରିଲୁଟ ଚାଲିଛି ।ଏଠାରେ ଗ୍ରାମବାସୀ ଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ବିନା ସୂଚନା ଫଳକ ରେ କିପରି କାମ ଚାଲିଛି ନା ପ୍ରଶାସନ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ଏହି କାମ ଚାଲିଛି ।ମାର୍ଚ୍ଚ ପାଞ୍ଚ ତାରିଖ ପୂର୍ବରୁ କାମ ସାରିବା କଥା ଏପର୍ଯ୍ୟନ୍ତ କାମ ସରିନାହିଁ ? ଏ ବିଷୟରେ ସମସ୍ତ ଅଭିଯୋଗ କାଲି ପରିଦର୍ଶନ ରେ ଆସିଥିବା ବାଲିଗୁଡା ବିଧାୟକ ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରାଯାଇଛି । କନ୍ଧମାଳ ଜିଲ୍ଲା ରୁ ମନୋଜ

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି