ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପରଟା ଭିତରୁ ବାହାରିଲା ସାପ ଛାଲ, ଗ୍ରାହକଙ୍କ ରୋଷର ଶିକାର ହେଲା ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ ୧୦/୦୫ : କେତେବେଳେ ସିଙ୍ଗଡା ଟଏଲେଟ୍‌ରେ ପ୍ରସ୍ତୁତ ହେଉଛି ତ କେତେବେଳେ ଖାଦ୍ୟରୁ ମଲା ଝିଟିପିଟି ବାହାରୁଛି। ଏମିତି ଅନେକ ଖବର ବିଗତ ଦିନ ମାନଙ୍କରରେ ସାମ୍ନାକୁ ଆସିଛି। ଯାହାକୁ ନେଇ ଅସନ୍ତୋଷ ହେବା ସହ କାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଯାଇଛି। ବାହାରକୁ କେଉଁଆଡେ ଯାତ୍ରା କରିବା ସମୟରେ ଲୋକେ ଖାଦ୍ୟ ପାର୍ସଲ ଆଣନ୍ତି। ଏ ସମୟରେ ଅନେକ ଥର ମଲା ଜୀବ ବାହାରିବା ଦେଖାଯାଏ। ସେଥିପାଇଁ ଖାଦ୍ୟରେ ସ୍ବଚ୍ଛତା ଏବେକାର ଏକ ବଡ ଚ୍ୟାଲେଞ୍ଜ। ନିକଟରେ ଜଣେ ମହିଳା ମଗାଇଥିବା ଖାଦ୍ୟରୁ ସାପ ଛାଲ ବାହାରିଛି। ପରଟା ଭିତରେ ସାପ ଛାଲ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
କେରଲର ଜଣେ ମହିଳା ପ୍ରିୟାଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। କେରଲ ଚନ୍ଦମୁଖର ଏକ ରେଷ୍ଟୁରାଣ୍ଟରୁ ସେ ପରଟା ପାର୍ସଲ ଆଣିଥିଲେ। ପରଟା ଖାଇବା ପାଇଁ ଯେତେବେଳେ ପାର୍ସଲ ଖୋଲିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପର୍ସଲ ଭିତରେ ପରଟା ସହ ଥିଲା ମଲା ସାପ ଛାଲ। ଯାହାକୁ ଦେଖିବା ପରେ ସେ କ୍ଷୁବ୍ଧ ହୋଇଯାଇଥିଲେ।
ଏ ସମ୍ପର୍କରେ ସେ ପୋଲିସ୍‌ ସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଅଧକାରୀ ମାନେ ଖାଦ୍ୟ ଯାଞ୍ଚ କରିବା ଏବଂ ରେଷ୍ଟୁରାଣ୍ଟରେ ଚଢାଉ କରିବା ପରେ ଜଣାପଡିଛି ଯେ, ରେଷ୍ଟୁରାଣ୍ଟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନରେ ଠିକ୍‌ ଭାବେ ଲାଇଟ୍‌ ପହଞ୍ଚୁନଥିଲା। ଯେଉଁଥିପାଇଂ କମ୍‌ ଆଲୋକରେ ରୋଷେଇ କରୁଥିଲେ ରୋଷେୟା। କମ୍‌ ଆଲୋକ ପାଇଂ ଏଭଳି କିଛି ଘଟିଥିବା ଅନୁମାନ କରାଯାଉଛି। ଏବେ ଏହି ରେଷ୍ଟୁରାଣ୍ଟକୁ ଖାଦ୍ୟ ସୁରକ୍ଷା ଅଧିକାରୀ ମାନଙ୍କ ଦ୍ୱାରା ବନ୍ଦ କରାଯାଇଛି। ସାପ ଛାଲ ପେପରରେ ରହିଯାଇଥିବାର ମଧ୍ୟ ସନ୍ଦେହ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ