ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଗ୍ୟାଲେକ୍ସି ସିନେମା ହଲ୍‌ ସିଲ୍‌, ବିନା ଲାଇସେନ୍ସରେ ଚାଲୁଥିଲା

କୋରାପୁଟ ୧୦।୦୫: ବିନା ଲାଇସେନ୍ସରେ ଚାଲୁଥିଲା ସିନେମା ହଲ୍। ସିଲ୍ କଲା ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ସେମିଳିଗୁଡା ସ୍ଥିତ ଗ୍ୟାଲେକ୍ସି ସିନେମା ହଲ୍‌କୁ ୯୪ ହଜାର ଟଙ୍କା ଜରିମାନା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।

ଖବର ଅନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ। ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସିନେମା ହଲ୍‌ର ସମସ୍ତ ପ୍ରବେଶ ରାସ୍ତାକୁ ସିଲ୍ କରାଯାଇଛି। କୋରାପୁଟ ଉପଜିଲ୍ଲାପାଳଙ୍କ ସହ ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା, ସୁନାବେଡା ଓ ସେମିଳିଗୁଡା ଥାନା ଆଇଆଇସି ସେମିଳିଗୁଡା ଅତିରିକ୍ତ ତହସିଲଦାର ପ୍ରମୁଖ ଏହି ଚଢାଉରେ ସାମିଲ ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।