ଅପରାଧ ରାଜ୍ୟ

‌କେବେ ସରିବ ବରବାରି ପୋଖରୀ ପୁନରୁଦ୍ଧାର କାମ?

ଖଣ୍ଡଗିରି: କେବେ ସରିବ ଜାଗମରା ବରବାରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟ। ୱାର୍ଡ ନମ୍ବର ୬୩ରେ ଥିବା ଏହି ପୋଖରୀର ପୁନରୁଦ୍ଧାର ପାଇଁ ୨୦୨୦ ମସିହାରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପରିତ୍ୟକ୍ତ ଅବସ୍ଥାରେ ଥିବା ପୋଖରୀର ନବୀକରଣ ପାଇଁ ୧ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା। କିନ୍ତୁ କାମ ଆରମ୍ଭକୁ ପାଖାପାଖି ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାହା ସରି ପାରିନାହିଁ। ଦୀର୍ଘ ଦିନ ଧରି ପୋଖରୀର ପାଣି ପରିବର୍ତ୍ତନ କରାଯାଇ ନଥିବାରୁ ତାହା ଅପରିଷ୍କାର ହୋଇଯିବା ନୀଳବର୍ଣ୍ଣ ଧାରଣ କରିଛି। ପାଣିରୁ ପଚା ଗନ୍ଧ ବାହାରୁଛି। ସେହିପରି ପୋଖରୀ ଚାରିପାଖ ଆବଦ୍ଧ ହୋଇଥିଲେ ହେଁ ଗେଟ୍‌ ଲଗାଯାଇନଥିବାରୁ ଏଠାରେ ଗୋରୁ, ଗାଈ, କୁକୁରଙ୍କ ଅବାଧ ପ୍ରବେଶ ଘଟୁଛି। ସଂଧ୍ୟାରେ ମଦୁଆ ଓ ଅସାମାଜିକଙ୍କ ଆଡ଼ା ଜମୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ସେଠାରେ ମଦ ପିଇବା ସହ ଉତ୍ପାତ କରୁଛନ୍ତି। ପୋଖରୀ ପାଖକୁ ଲାଗି ୨ଟି ଶୌଚାଳୟ ଘର ନିର୍ମାଣ କରାଯାଇଛି। କିନ୍ତୁ ସେଥିରେ ତାଲା ପକାଯାଇଥିବାରୁ ତାହା ଲୋକଙ୍କ କାମରେ ଆସୁନି।

ସୂଚନାନୁଯାୟୀ, ପୋଖରୀର ଚାରିପାର୍ଶ୍ବରେ ଟାଇଲ୍ ବିଛାଯିବା ସହ ଲୋକଙ୍କ ବସିବା ପାଇଁ ପଥର ନିର୍ମିତ ଚେୟାର୍‌ ପକାଇବା, ଘାସ ଗାଲିଚା ଓ ଫୁଲଗଛ ଲଗାଯିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ସେଥିମଧ୍ୟରୁ ଏଯାବତ୍‌ କୌଣସି ଗୋଟିଏ ବି ନିର୍ମିତ ହୋଇପାରିନାହିଁ। ବରଂ, ପୋଖରୀ ଚାରିପଟେ ବଡ଼ ଗାଡ଼ିଗୁଡ଼ିକ ପାର୍କିଂ କରିବା ସହ ଅଳିଆ ଗଦା ହୋଇ ରହିଛି। ସେହିପରି ଏସବୁ ନିର୍ମାଣ ପାଇଁ ଇଟା, ବାଲି, ଗୋଡ଼ି ଆଦି ନିର୍ମାଣ ସାମଗ୍ରୀ ଗଦା ହୋଇ ରହିଥିଲେ ହେଁ କାମ ଖୁବ୍‌ ମନ୍ଥର ଗତିରେ ଚାଲିଛି। ଏ ସଂପର୍କରେ ସ୍ଥାନୀୟ କର୍ପୋରେଟର୍‌ଙ୍କୁ ପଚାରିବାରୁ ସେ କହିଥିଲେ ଯେ କାମ ସବୁ ସରି ଆସିଲାଣି। ଆଉ ଯାହା କିଛି ବାକି ଅଛି, ତାହା ଖୁବ୍‌ ଶୀଘ୍ର ସରିଯିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।