ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଗ୍ରହଣ କରୁନି ରାଜ୍ୟ ଯୋଗାଣ ନିଗମ: ପୁନର୍ବାର ଯାଞ୍ଚ ପାଇଁ ଚିଠି

ଭୁବନେଶ୍ବର : ସମ୍ବଲପୁର, ଟିଟିଲାଗଡ଼ ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, ଦେବଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, କଳାହାଣ୍ଡିରେ କେନ୍ଦ୍ରୀୟ ଟିମର ଚାଉଳ ଯାଞ୍ଚ ରିପୋର୍ଟକୁ ଅସ୍ବୀକାର କରିଛି ରାଜ୍ୟ ଯୋଗାଣ ନିଗମ। ପୁନର୍ବାର ଚାଉଳ ମାନ ଯାଞ୍ଚ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି କରିଛନ୍ତି ଯୋଗାଣ ନିଗମ ଅଧ୍ୟକ୍ଷ। ଏଥିସହିତ ଚାଉଳ ଯାଞ୍ଚ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିକୁ ଆସି ଯାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ଟିମ ୧୧୨ଟି ଚାଉଳ ନମୁନା ସଂଗ୍ରହ କରି ଦିଲ୍ଲୀସ୍ଥିତ ପରୀକ୍ଷାଗାରକୁ ପଠାଇଥିଲା। ୧୦୨ ନମୁନା କେନ୍ଦ୍ର ସରକାରଙ୍କ ନିର୍ଧାରିତ ଗୁଣାତ୍ମକମାନ ପରୀକ୍ଷାରେ ଫେଲ୍‌ ହୋଇଥିଲା। ୩୯ଟି ନମୁନା ଖାଇବା ଅନୁପଯୋଗୀ ବୋଲି ରିପୋର୍ଟରେ କୁହାଯାଇଥିଲା। ଏଥିରେ ଦାୟୀ ମିଲର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଥିଲା। ଏସଂକ୍ରାନ୍ତରେ ଏଫସିଆଇ ମଧ୍ୟ କିଛି ଦିନ ପୂର୍ବରୁ ଯୋଗାଣ ନିଗମକୁ ଚିଠି କରିଥିଲା। ମାତ୍ର ଚାଉଳ ଅଖାଦ୍ୟ କିମ୍ବା ଗୁଣାତ୍ମକମାନ ଦୃଷ୍ଟିରୁ ଅନୁପଯୋଗୀ ନୁହେଁ ବୋଲି ରାଜ୍ୟ ଯୋଗାଣ ନିଗମ କହିଛି। ଏଥିଯୋଗୁଁ ଦାୟୀ ମିଲର କିମ୍ବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବିଭାଗ ପକ୍ଷରୁ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।