ଦେଶ ବିଦେଶ ମନୋରଞ୍ଜନ

ହିନ୍ଦୀ ଫିଲ୍ମ କରି ସମୟ ବର୍ବାଦ କରିବିନି: ବଲିଉଡ ମୋତେ ଅଫର୍ଡ କରିପାରିବନି, କାହିଁକି ଏମିତି କହିଲେ ସାଉଥ ସୁପରଷ୍ଟାର

ମୁମ୍ୱାଇ ୧୦/୦୫: ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ କିଏ ବା ନଜାଣେ । ସାଉଥ ଇଣ୍ଡଷ୍ଟ୍ରି କଣ ସବୁଠି ତାଙ୍କ ଫ୍ୟାନ ଫଲୋଅର ଅଧିକ । ତାଙ୍କ ଅଭିନୟର ଯାଦୁରେ ମତୁଆଲା ଦର୍ଶକ । ଏଥିପାଇଁ ସେ ଟଲିୁଡର ଏକ ଚର୍ଚ୍ଚିତ ତେହେରା । ଏବେ କିନ୍ତୁ ସେ ବଲିଉଡକୁ ନେଇ ଦେଇଥିବା ବୟାନଙ୍କୁ ଖୁବ ଚର୍ଚ୍ଚାରେ ଅଛନ୍ତି ।

ନିଜର ବଲିଉଡ ଡେବ୍ୟୁକୁ ପଚାରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ମହେଶ ବାବୁ । ଗଣମାଧ୍ୟମକୁ ଉତ୍ତର ଦେଇ ସେ କହିଛନ୍ତି ବଲିଉଡରେ ଡେବ୍ୟୁ କରିବାକୁ ତାଙ୍କର ଇଚ୍ଛା ନାହିଁ । ତାଙ୍କ ମତରେ ବଲିଉଡ ଇଣ୍ଡଷ୍ଟ୍ରୀରେ ସେତିକି ପଇସା ନାହିଁ ଯାହା ତାଙ୍କୁ ଅଫୋର୍ଡ କରିପାରବ । ମହେଶ ବାବୁ କହିଛନ୍ତି, ‘ମୋତେ ବଲିଉଡରୁ କେବେ ଅଫର ମିଳି ନାହିଁ । ମୋ ମତରେ ବଲିଉଡର କ୍ୟାରିୟର କରିବା ସମୟ ବର୍ବାଦ କରିବା ସଂଗେ ସମାନ ।

ମୁଁ ଏମିତି ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁନି, ଯିଏ ମନ ମୁତାବକ ପାରିଶ୍ରମିକ ଦେବାକୁ ସକ୍ଷମ ନୁହେଁ । ସାଉଥରୁ ମୋତେ ବହୁତ ଭଲପାଇବା ମିଳିଛି । ଏହାସହ ଷ୍ଟାରଡମ୍ ଓ ସମ୍ମାନ ଯାହା ମୋତେ ସାଉଥ ପ୍ରଶଂସକଙ୍କଠାରୁ ମିଳିଛି । ଏହି କାରଣରୁ ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡିବାକୁ ଚାହୁଁନି ।

ମୁଁ ମୋ ଜୀବନରେ ଯେତିକି ସଫଳତା ହାସଲ କରିବା କଥା କରିସାଲିଲିଣି । ଯେତିକି ସଫଳତାରେ ପାହାଚ ଚଢିବା କଥା ଚଢିସାରିଲିଣି । ଆଉ ଅଧିକ ସୁଖ ଦରକାର ନାହିଁ । କାରଣ ମୋର ବିଶ୍ୱାସ ଅଛି ଆଗକୁ ମୋର ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ ହେବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ