ଅପରାଧ ରାଜ୍ୟ

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ଧକ୍କା ଦେଲା ବାଇକ : ଚାଲିଗଲା ଆରୋହୀଙ୍କ ଜୀବନ

ପାଟଣା ୧୦।୦୫ : ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ତେନ୍ତଳା ଗାଁର ଭରତ ନାଏକଙ୍କ ପୁଅ ଶିରିଷ ନାଏକ ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ନିହୁଆଁ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଶିରିଷ ନାଏକ ଗାଁର ଚାଲିଥିବା ସଂପର୍କୀୟ ଭାଇର ବାହାଘରରୁ ଆସି କୌଣସି କାମରେ ତୁରୁମୁଙ୍ଗା ବଜାରକୁ ଯାଇଥିଲା । ଘରକୁ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ଆସି ପଛ ପଟୁ ଧକ୍କା ଦେଇଥିଲା ବାଇକ । ଏହି ବାଇକ୍‌ରେ ଶିରିଷଙ୍କ ସହ ଯଶିପୁର ଥାନା ବସନ୍ତପୁରର ଚନ୍ଦନ ନାଏକ ବସିଥିଲେ । ତେବେ ଏହି ଦୁର୍ଘଟଣାରେ ଉଭୟଙ୍କ ଗୁରୁତର ହୋଇଥିଲେ । ସେଠାରୁ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେତେବେଳକୁ ଶିରିଷଙ୍କ ମୃତ୍ୟୁ ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।