ପାଟଣା ୦୯।୦୫ : ଗ୍ରୀଲ ତାଡି ଲୁଟିନେଲେ ସୁନା-ଗହଣା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ଟାଇଁସରା ଗାଁରୁ ଏହି ଲୁଟ୍ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଟାଇଁସରା ଗାଁର ବାଇଧର ସାହୁଙ୍କ ଘରର ଝରକା ଗ୍ରୀଲ୍ ତାଡି ସୁନା କାନଫୁଲ, ରୂପା ପାଉଁଜି ଲୁଟି ନେଇଛନ୍ତି ଲୁଟେରା । ସେହିପରି ଅନ୍ୟ ଜଣେ ଶିକ୍ଷୟତ୍ରୀ ସାରଦା ମହାନ୍ତଙ୍କ ଘରେ କେହିନଥିବା ବେଳେ ଝରକା ଗ୍ରୀଲ୍ ତାଡି ଲୁଟ୍ କରିଛନ୍ତି ଲୁଟେରା । ଘଟଣା ସଂପର୍କରେ ସୂଚନା ପାଇ ପୋଲିସ ତଦନ୍ତ ଜାରି ରଖିଛି ।