ଅପରାଧ ରାଜ୍ୟ

୪୦ ଲକ୍ଷ ଟଙ୍କାର ମୂର୍ତ୍ତି ଚୋରି ! ମନ୍ଦିରର ତାଲା ଭାଙ୍ଗି ନେଇଗଲେ ଲୁଟେରା

ବାଲିପାଟଣା ୦୯।୦୫ : ୪୦ ଲକ୍ଷ ଟଙ୍କାର ମୂର୍ତ୍ତି ନେଇଗଲେ ଲୁଟେରା । ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଟଙ୍କପାଣି ସ୍ଥିତ ଏକ ମନ୍ଦିରରୁ ଏପରି ବଡ଼ଧରଣର ଲୁଟ୍‌ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୋମବାର ଭୋର ସମୟରେ ପୂଜକ ମନ୍ଦିର ପୂଜାର୍ଚ୍ଚନା ପାଇଁ ଆସିଥିଲେ । ହଠାତ୍‌ ସେ ଦେଖିଲା ବେଳକୁ ମନ୍ଦିରର ତାଲା ଭଙ୍ଗାଯାଇଥିବା ବେଳେ ଠାକୁରଙ୍କ ପ୍ରତିମା ଚୋରୀ ହୋଇଛି । ମନ୍ଦିରରେ ପୂଜା ପାଉଥିବା ଚନ୍ଦ୍ରଶେଖର, ମାଆ ପାର୍ବତୀ, ଦୁର୍ଗା, ନାରାୟଣ, ଲକ୍ଷ୍ମୀ, ଆଣ୍ଠୁଆ ଗୋପାଳ, ରାଧାକୃଷ୍ଣଙ୍କ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି । ଚୋରି ହୋଇଥିବା ସମସ୍ତ ମୂର୍ତ୍ତି ବହୁ ପୁରାତନ । ସମସ୍ତ ମୂର୍ତ୍ତିର ଓଜନ ପ୍ରାୟ ଏକ କ୍ୱିଣ୍ଟାଲ ହେବ ।

ତେବେ ଚୋରି ହୋଇଥିବା ମୂର୍ତ୍ତିଗୁଡିକର ଦାମ୍‌ ୪୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ରବିବାର ବିଳମ୍ବିତ ରାତିରେ ଲୁଟେରାମାନେ ଚାରିଚକିଆ ଯାନ ଜରିଆରେ ଏହି ଲୁଟ୍‌ କରିଛନ୍ତି । ବାଲିଅନ୍ତା ଥାନା ଅଞ୍ଚଳରୁ ଲଗାତର ଏବେ ଏପରି ଲୁଟ୍‌ର ଖବର ଆସୁଛି । ଯାହାପଛରେ ଏକ ବଡ଼ ରାକେଟ୍‌ ଥିବା ପୋଲିସ ଅନୁମାନ କରୁଛି । ବାଲିଅନ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ କରୁଛି । ସେହିପରି କିଛିଦିନ ପୂର୍ବେ ପ୍ରତାପରୁଦ୍ରପୁର ଆଖଣ୍ଡଳେଶ୍ବର ମନ୍ଦିର , ଭିଙ୍ଗାରପୁର , ବାଳକାଟି ପ୍ରତାପରୁଦ୍ରପୁର , ହିରାପୁର ମନ୍ଦିରରୁ ଅନୁରୂପ ଭାବେ ମୂର୍ତି ଚୋରି ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।