ଅପରାଧ ରାଜ୍ୟ

ରୁଷ୍‌ର ଆକ୍ରମଣରେ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି, ୪୦ ସହରରୁ ପଳାୟନ ଜାରି

କିବ୍‌ : ୟୁକ୍ରେନ୍‌ ଯୁଦ୍ଧକୁ ଆଜି ୭୩ ଦିନ ପୂରିଛି। ରୁଷ୍‌ର ଆକ୍ରମଣ ପାଇଁ ୟୁକ୍ରେନ୍‌ରେ ଅକଳ୍ପନୀୟ କ୍ଷୟକ୍ଷତି ଘଟିଛି। ହଜାର ହଜାର ସଂଖ୍ୟାରେ ଘର ମାଟିରେ ମିଶିଯାଇଛି। କିବ୍‌ରେ ହସ୍ପିଟାଲ୍‌, କିଣ୍ଡରଗାର୍ଟେନ୍‌ ଛାରଖାର ହୋଇଯାଇଛି। ମାତ୍ର ୨ ମାସ ତଳେ ଯେଉଁ କିଣ୍ଡରଗା‌ର୍ଟେନ୍‌ରେ ପିଲା ପଢ଼ୁଥିଲେ ଏବଂ ଖେଳୁଥିଲେ ଆଜି ସେଗୁଡ଼ିକ ମାଟିରେ ମିଶିଯାଇଛି। କେନ୍ଦ୍ରୀୟ କିବ୍‌ ସୁରକ୍ଷିତ ଥିଲେ ମଧ୍ୟ ସହରତଳି ଅଞ୍ଚଳ ଏବଂ ଆଖପାଖ ସହରଗୁଡ଼ିକ ଛାରଖାର ହୋଇଯାଇଛି। ଦ୍ବିତୀୟ ବୃହତ୍ତମ ସହର ଖାର୍‌କିଭ ସମେତ ମୋଟ ୪୦ ସହରରୁ ଲୋକଙ୍କ ପଳାୟନ ଜାରି ରହିଛି।

ଅନ୍ୟପକ୍ଷେ ରୁଷ୍‌ ଏହାର ଆକ୍ରମଣକୁ ଆହୁରି ଜୋରଦାର କରିଛି। ୟୁକ୍ରେନ୍‌ର ଉପକୂଳ ସହର ଓଡ଼େଶାରେ ରୁଷ୍‌ ଆଜି ୪ଟି କ୍ରୁଜ୍‌ ମିସାଇଲ୍‌ ମାଡ଼ କରିଛି। ଖାରକିଭରେ ରୁଷ୍‌ ପୁଣି ବୋମାମାଡ଼ ଆରମ୍ଭ କରିଦେଇଛି। ଖାରକିଭରେ ରୁଷ୍‌ ପଶ୍ଚିମ ରାଷ୍ଟ୍ରମାନେ ପଠାଇଥିବା ଅସ୍ତ୍ର ଧ୍ବଂସ କରିଥିବା ଦାବି କରିଛି। ଗତ ୨୪ ଘଣ୍ଟାରେ ରୁଷ୍‌ ଖାରକିଭରେ ବ୍ୟାପକ କ୍ଷୟକ୍ଷତି ଘଠାଇଛି। ଖାରକିଭରେ ଜଣେ ପ୍ରଖ୍ୟାନ ୟୁକ୍ରେନ୍‌ ଦାର୍ଶନିକଙ୍କ ସ୍ମୃତିରେ ଥିବା ମ୍ୟୁଜିୟମ୍‌କୁ ରୁଷ୍‌ ବୋମାମାଡ଼ କରି ଧ୍ବଂସ କରିଦେଇଛି।

ଅନ୍ୟପକ୍ଷେ ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ଆଜି ପୁଣି ୫୦ ଜଣ ଉଦ୍ଧାର ହୋଇଛନ୍ତି। ଆଗାମୀ ୯ ତାରିଖରେ ରୁଷ୍‌ରେ ବିଜୟ ଦିବସ ଥିବାବେଳେ ଏହା ପୂର୍ବରୁ ରୁଷ୍‌ ମାରିୟୁପୋଲ୍‌ ସଂପୂର୍ଣ୍ଣ ଅକ୍ତିଆର କରିବାକୁ ଚାହିଛି। କେବଳ ଆଜବଷ୍ଟଲ୍‌କୁ ଛାଡ଼ିଦେଲେ ରୁଷ୍‌ ମାରିୟୁପୋଲ୍‌ର ଅନ୍ୟ ସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିସାରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।