ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦେଶଦ୍ରୋହ ଆଇନକୁ କେନ୍ଦ୍ରର ଦୃଢ଼ ସମର୍ଥନ, ୧୯୬୨ ରାୟର ପୁନର୍ବିଚାର ଆବଶ୍ୟକ ନାହିଁ

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟରେ ଶନିବାର ଦିନ ଦେଶଦ୍ରୋହ ଆଇନର ବୈଧତା ନେଇ ଶୁଣାଣି ସମୟରେ କେନ୍ଦ୍ର ସରକାର ଏହି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ରଖିଛନ୍ତି। ଏ ବାବଦରେ ୧୯୬୨ରେ ୫ ଜଣିଆ ସମ୍ବିଧାନ ପୀଠ ଦେଇଥିବା ରାୟ ଯଥାର୍ଥ ଏବଂ ଏହା ଏକ ଉତ୍ତମ ଓ ପାରଦର୍ଶୀ ଆଇନ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି।

ଏହା ଉପରେ ପୁନିର୍ବଚାର କରାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ ସେ କହିଛନ୍ତି ଯେ ସମୟ ସହିତ ତାଳ ଦେଇ ଏହି ଆଇନ ତା’ର ଶ୍ରେଷ୍ଠତା ପ୍ରତିପାଦିତ କରି ଆସିଛି ଏବଂ ଆଧୁନିକ ସାମ୍ବିଧାନିକ ସିଦ୍ଧାନ୍ତ ଅନୁଯାୟୀ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଆସୁଛି । ଆଇପିସି ଦେଶଦ୍ରୋହ ଆଇନର ଧାରା ‘୧୨୪ଏ’ର ସାମ୍ବିଧାନିକ ବୈଧତାକୁ ଏଭଳି ଆଇନଗତ ଚ୍ୟାଲେଂଜ ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠ କରିପାରିବେ ନାହିଁ। କେନ୍ଦ୍ର ସରକାର ଆଜି ଏଭଳି ଯୁକ୍ତି ଉପସ୍ଥାପନ କରିଥିବା ବେଳେ ବଡ଼ ଖଣ୍ଡପୀଠରେ ମାମଲାର ଶୁଣାଣି ପାଇଁ ସୁପ୍ରିମ୍‌ କୋର୍ଟ ଆଗାମୀ ୧୦ ତାରିଖ ଦିନ ନିଷ୍ପତ୍ତି ନେବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ