ଅପରାଧ ରାଜ୍ୟ

ବିପୁଳ ପରିମାଣର ଚୋରା ମଦ ଜବତ, ୨ ଗିରଫ

ଭଦ୍ରକ ୦୮।୦୫ : ଅବକାରୀ ବିଭାଗର ଚଢାଉ । ବିପୁଳ ପରିମାଣର ଦେଶୀ, ବିଦେଶୀ ସହ ଦୁଇ ଗିରଫ । ବନ୍ଧା ହୋଇଥିବା ଅଭିଯୁକ୍ତ ମାନେ ହେଲେ ଧାମନଗର ଥାନା ଡ଼ିପଦା ଗାଁର ମନୋଜ କୁମାର ନନ୍ଦ ଓ ପାହାଡ଼ପୁର ଗାଁର ରାକେଶ କୁମାର ଖୁଣ୍ଟିଆ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୨ ଗୋଟି ମାମଲା ରୁଜୁ କରାଯାଇଛି ।

ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଧାମନଗର ଥାନା ଖଡ଼ିପଦା, ପାହାଡ଼ପୁର, ଦେହୁଡ଼ି ଆନନ୍ଦପୁର, ଉତ୍ତେଇପୁର ଓ ଦୋବଲ ବଜାର ଅଞ୍ଚଳରେ ଚଢାଉ କରି ୧୮.୭୫୦ ଲିଟର ବିଅର, ୫ ଲିଟରରୁ ଅଧିକ ବିଦେଶୀ ମଦ ଏବଂ ୧୨ ଲିଟର ଦେଶୀ ମଦ ମଦ ଜବତ ହୋଇଛି । ଏହାସହିତ ଏଥିରେ ସମ୍ପୃକ୍ତି ଥିବା ୨ ଜଣଙ୍କୁ ଗିରଫ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।