କଳା ଓ ସଂସ୍କୃତି ରାଜ୍ୟ

ବିଶ୍ଵ ମାତୃ ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ବାଲୁକା କଳା

ପୁରୀ ୦୮।୦୫ : ଆଜି ବିଶ୍ୱ ମାତୃ ଦିବସ । ଏହି ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବା ସହିତ ସମସ୍ତଙ୍କକୁ ମାର ସର୍ତ୍ତଶୂନ୍ୟ ଭଲପାଇବାକୁ ନଭୁଲିବାକୁ ବାର୍ତ୍ତା ଦେଇଛନ୍ତି।

ତେବେ ପ୍ରାୟ ୭ ଘଣ୍ଟା ସମୟ ନେଇ ମାନସ ସାହୁ ଏହି ବାଲୁକା କଳାକୁ ନିର୍ମାଣ କରିଛନ୍ତି। ଏଥିପାଇଁ ୧୨ ଟନ୍ ବାଲି ବ୍ୟବହାର ହୋଇଛି। ମାନସ ସାହୁ ଏଥିରେ ହାପି ମଦରସ୍ ଡେ ଲେଖିଛନ୍ତି। ମା ହିଁ ଭଗବାନଙ୍କ ଏକମାତ୍ର ସୁନ୍ଦର ପରିକଳ୍ପନା ଯିଏକି କୌଣସି ଆଶା ଅଭିଳାଷ ନରଖି ସନ୍ତାନକୁ ସ୍ନେହ, ଶ୍ରଦ୍ଧା, ଭଲପାଇବା ବିନା ସ୍ୱାର୍ଥରେ ଦେଇଚାଲେ। ତେଣୁ ଆମେ ସମସ୍ତେ ମାଙ୍କୁ ଭଲପାଇବା ଉଚିତ୍। କେବଳ ମାତୃ ଦିବସରେ ନୁହେଁ ନିଜ ବାସ୍ତବିକ ଜୀବନରେ ମାଙ୍କୁ ଶ୍ରଦ୍ଧା ଏବଂ ସର୍ବଦା ସମ୍ମାନ ଜଣାଇବା ଉଚିତ୍। ଏହି ଭାବମୂର୍ତ୍ତିକୁ ନିଜ ବାଲୁକା କଳା ମାଧ୍ୟମରେ ପରିପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ମାନସ ସାହୁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,