ଦେଶ ବିଦେଶ ମନୋରଞ୍ଜନ

LOCK UPP Grand Final : ଶୋ’ର ବିଜେତାଙ୍କୁ ମିଳିବ ଦାମୀ କାର ସହ ଏତିକି ଲକ୍ଷ ଟଙ୍କା

ନୂଆଦିଲ୍ଳୀ ୦୭।୦୫ : କଙ୍ଗନା ରଣାୱତଙ୍କ ଶୋ ‘ଲକଅପ୍’ ଖୁବ୍ ଚର୍ଚ୍ଚାରେ ରହିଛି । ଦିନକୁ ଦିନ ଏହି ଶୋ ଲୋକପ୍ରିୟ ହେବାରେ ଲାଗିଛି । ଶୋ’ରେ ଭିନ୍ନ କନସେପ୍ଟ ଦର୍ଶକଙ୍କୁ ପସନ୍ଦ ଆସୁଛି। ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି। ବିଗ୍‌ବସ୍‌ ପରି ଏଥିରେ ମଧ୍ୟ ନିଜ ନିଜ ମଧ୍ୟରେ ଝଗଡା ଓ ଯୁକ୍ତିତର୍କ ମଧ୍ୟ ଲାଗୁଛି । ପ୍ରତି ସପ୍ତାହରେ ଖେଳଟି ରୋମାଞ୍ଚକର ହେବାରେ ଲାଗିଛି । ହେଲେ ବର୍ତ୍ତମାନ ଏହି ଶୋଷ ପର୍ଯ୍ୟାୟରେ ପହଞ୍ଚିଛି । କୁହାଯାଉଛି କି ଶୋ’ରେ ଟ୍ରଫି ଯେକୌଣସି ଜଣେ ବ୍ୟକ୍ତିଙ୍କୁ ଦିଆଯିବ । ଏହି ସମୟରେ, ଶୋ ଜିତିବା ପ୍ରତିଯୋଗୀଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ । ତାହା ଜାଣିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ସମସ୍ତ ଖେଳାଳି ଶୋ’ର ଶେଷ ପର୍ଯ୍ୟାୟରେ ତଥା ଫାଇନାଲ୍ ରେ ପହଞ୍ଚିଛନ୍ତି । ‘ଲକ୍ ଅପ୍’ ଶୋ’ର ଫାଇନାଲ୍ ମେ’୭ ରେ ହେବ। ଯାହାକୁ ଆପଣ ଏମ୍‌ ଏକ୍ସ ପ୍ଲେୟାରରେ ରାତି ୧୦.୩୦ରେ ଦେଖିପାରିବେ । ଯେଉଁଥିରେ ପ୍ରିନ୍ସ ନାରୁଲା, ମୁନାୱାର୍ ଫାରୁକି, ଅଞ୍ଜଳି ଆରୋରା, ପାୟଲ ରୋହତୋଗି, ଶିବମ୍ ଶର୍ମା ଏବଂ ଅଜମା ଫାଲ୍ଲାଙ୍କ ନାମ ସାମିଲ୍‌ ଅଛି । ଶୋ’ର ବିଜେତାଙ୍କୁ ୨୫ ଲକ୍ଷ ଟଙ୍କା ସହ ବଡ ଟ୍ରଫି ଏବଂ କାର ମଧ୍ୟ ପାଇବେ।

ଶୋ’ର ଫାଇନାଲିଷ୍ଟ ପ୍ରତିଯୋଗୀଙ୍କ ବ୍ୟତୀତ ଫାଇନାଲ୍ ଶୋ ‘କୁ ଆହୁରି ଚମତ୍କାର କରିବା ପାଇଁ ପୂର୍ବତନ ପ୍ରତିଯୋଗୀମାନେ ମଧ୍ୟ ସାମିଲ୍‌ ହେବେ । କଙ୍ଗନା ରଣାୱତ୍‌ର ଏହି ଶୋ’ ବର୍ତ୍ତମାନ ୟୁଟ୍ୟୁବରେ ୧୦୦ ମିଲିୟନ୍ ଭ୍ୟୁୟୁସ୍‌ ହୋଇଛି । ତେବେ ଏହି ଶୋ’ର ବିଜେତା କିଏ ହେବ ଏହା କେବଳ ୭ ମେ’ରେ ହିଁ ଜଣାପଡିବ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ