ମୁମ୍ବାଇ ୦୭।୦୫ : ‘କସୌଟି ଜୀନ୍ଦେଗି କି’ର ଫେମ୍ ତଥା ଲୋକପ୍ରିୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍ । ସେ ପ୍ରେରଣା ଚରିତ୍ରରେ ଅଭିନୟ କରିବା ପୂର୍ବରୁ ସୋନି ଟିଭିର ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ’ରୁ ମଧ୍ୟ ଖୁବ୍ ଲୋକପ୍ରିୟ ହୋଇଥିଲେ । ତାଙ୍କ ଅଭିନୟ ବଳରେ ଘରେ ଘରେ ପରିଚିତ ହୋଇପାରିଛନ୍ତି। ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍ ଆଜି ଅର୍ଥାତ୍ ମେ ୭ ରେ ତାଙ୍କର ୨୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅଭିନେତ୍ରୀଙ୍କ ବନ୍ଧୁ ଏବଂ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି । ଚାଲନ୍ତୁ ଆଜି ଜନ୍ମଦିନରେ ଅଭିନେତ୍ରୀଙ୍କ ବିଷୟରେ କିଛି ଜାଣିବା….
ଭାରତୀୟ ଟେଲିଭିଜନର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଡିସ୍ । ସୋସିଆଲ ମିଡିଆରେ ଏରିକାଙ୍କର ଫ୍ୟାନ୍ ଫଲୋର୍ସ ଖୁବ୍ ଅଧିକା । ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ତାଙ୍କ ଫ୍ୟାନ୍ସଙ୍କ ପାଇଁ ସେ କିଛି ନା କିଛି ଫଟୋ ଭିଡିଓ ସେୟାର କରିଥାନ୍ତି । ଏରିକା ମୁମ୍ବାଇରେ ହିଁ ବଡ ହୋଇଛନ୍ତି । ତାଙ୍କ ପାଠପଢା ସହ କ୍ୟାରିୟର ମଧ୍ୟ ସେଠାରୁ ଆରମ୍ଭ କରିଛନ୍ତି । ସେ ‘କୁଚ୍ ରଙ୍ଗ ପ୍ୟାର୍ କେ ଏସେ ଭି’ରୁ ନିଜର ଅଭିନୟ ଆରମ୍ଭ କରିଥିଲେ। ଏହି ସିରିଏଲ୍ କରିବା ପରେ ସେ ଖୁବ୍ ପପୁରାଲ୍ ହୋଇଥିଲେ । ସୋନାକ୍ଷୀ ଚରିତ୍ର ପାଇଁ ସେ ଘରେ ଘରେ ଏବଂ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିଲେ ।
ଏହା ପରେ ସେ ଷ୍ଟାର ପ୍ଲସ୍ର କସୌଟି ଜୀନ୍ଦେଗି କି ରେ ମଧ୍ୟ ଅଧିକ ଲୋକପ୍ରିୟତା ପାଇଥିଲେ । ଯେଉଁଥିରେ ସେ ପ୍ରେରଣା ବଜାଜ୍ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ସେ ଶେଷଥର ପାଇଁ ‘କୁଛ ରଙ୍ଗ ପ୍ୟାର କେ ଏସେ ଭି’-୨ରେ ଥିଲେ । ଅଭିନେତା ପାର୍ଥଙ୍କ ପୂର୍ବରୁ ସାହିଲ୍ ଶେଖଙ୍କ ସହ ତାଙ୍କର କେମେଷ୍ଟ୍ରି ଖୁବ୍ ଜମିଥିଲା ।
ସିରିଏଲରେ ତାଙ୍କ ଚରିତ୍ର ସୋନାକ୍ଷୀଙ୍କ ପାଇଁ ଭାରତୀୟ ଟିଭିରେ ଶ୍ରେଷ୍ଠ ଅଭିନେତ୍ରୀ ୨୦୨୧ ପାଇଁ ଏରିକା ଫର୍ଣ୍ଣାଡିସ୍ଙ୍କୁ ଦାଦାସାହେବ ଫାଲକେ ଆୱାର୍ଡ ମଧ୍ୟ ପାଇଛନ୍ତି। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଏରିକା ମଡେଲିଂ କରୁଥିଲେ । ସେ ଅନେକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଏରିକା ଏପର୍ଯ୍ୟନ୍ତ ତାଙ୍କର କୌଣସି ନୂଆ ପ୍ରୋଜେକ୍ଟ ବିଷୟରେ କହିନାହାନ୍ତି । କିନ୍ତୁ ଶୁଣିବାକୁ ମିଳୁଛି କି ସେ ରୋହିତ ସେଟ୍ଟୀଙ୍କ ପପୁଲାର ରିଆଲିଟି ଶୋ’ଖତରୋ କେଁ ଖିଲାଡିରେ ନଜର ଆସି ପାରନ୍ତି ।

