ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବ-ଦକ୍ଷିଣ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ, ମାଇକୋଲେବ୍‌ ସହରରେ ରୁଷ୍‌ ପତାକା

କିବ୍‌ : ପୂର୍ବ ଏବଂ ଦକ୍ଷିଣ ୟୁ‌‌କ୍ରେନ୍‌ରେ ରୁଷ୍‌ର ଆକ୍ରମଣ ଜୋରଦାର ହୋଇଛି। ୨୪ ଘଣ୍ଟାରେ ୨୦୦ରୁ ଅଧିକ ସ୍ଥାନରେ ବୋମାମାଡ଼ ହୋଇଥିବା ବେଳେ ଲୁହାଂସ୍କ ଏବଂ ଡୋନେ୍‌ସ୍କକୁ ରୁଷ୍‌ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ ଏଭଳି ପଦକ୍ଷେପ ନେଉଛି। ଗୁରୁବାର ଦିନ ମାଇକୋଲେବର ବିଭିନ୍ନ ଅଞ୍ଚଳରେ ରୁଷ୍‌ ପତାକା ଉଡ଼ିଛି। ସମଗ୍ର ପୂର୍ବ ୟୁକ୍ରେନ୍‌ ଖୁବ୍‌ଶୀଘ୍ର ରୁଷ୍‌ ଦଖଲକୁ ଯିବା ସ୍ପଷ୍ଟ ହୋଇଯାଇଥିବା ବେଳେ ରୁଷ୍‌ ୟୁକ୍ରେନ୍‌ରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ବୋଲି ଆଜି ରୁଷ୍‌ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଆଲେକ୍ସି ଜାଇସେଭ କହିଛନ୍ତି। ଅନ୍ୟପକ୍ଷେ ପୁର୍ବ ୟୁକ୍ରେନ ସହର କ୍ରାମାଟର୍ସ୍କରେ ରୁଷ୍‌ ୟୁକ୍ରେନ୍‌ର ଏକ ବିଶାଳ ଗୋଳାବାରୁଦ ଡିପୋକୁ ମିସାଇଲ୍‌ ମାଡ଼ କରି ଧ୍ବଂସ କରିଦେଇଛି। ପୂର୍ବ ଲୁହାଂସ୍କ ଅଞ୍ଚଳରେ ରୁଷ୍‌ ୟୁ‌କ୍ରେନ୍‌ର ଗୋଟିଏ ଏସୟୁ -୨୫ ଏବଂ ମିଗ୍‌ -୨୯ ବିମାନକୁ ଖସାଇ ଦେଇଛି।

ଅନ୍ୟପକ୍ଷରେ ମାରିୟୁପୋଲ୍‌ର ଆଜବଷ୍ଟଲ୍‌ ଷ୍ଟିଲ୍‌ ପ୍ଲାଣ୍ଟ୍‌ରୁ ଆଜି ମଧ୍ୟ ଉଦ୍ଧାର କାର୍ଯ୍ୟ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ରୁଷ୍‌ର ବୋମାମାଡ଼ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି। ମାରିୟୁପୋଲ୍‌ ସିଟି କାଉନ୍‌ସିଲ୍‌ ସୂଚନା ଅନୁଯାୟୀ ରୁଷ୍‌ର ଏକ ବୋମା ଉଦ୍ଧାର କାର୍‌ରେ ମାଡ଼ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ବ୍ୟକ୍ତି ୟୁକ୍ରେନ୍‌ ସୈନିକ ବୋଲି ଜଣାପଡ଼ିଛି। ମାରିୟୁପୋଲ୍‌ରୁ ମୋଟ୍‌ ୫୦୦ରୁ ଅଧିକ ନାଗରିକ ଉଦ୍ଧାର ହୋଇଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଆଜି କୁହାଯାଇଛି ଯେ ମାରିୟୁପୋଲକୁ ଛାରଖାର କରିବା ପରେ ସେଠାରୁ ପ୍ରାୟ ୮୦ ପ୍ରତିଶତ ରୁଷ୍‌ ସେନା ଏବେ ଉତ୍ତରାଞ୍ଚଳ ଅଭିମୁଖେ ଅଗ୍ରସର ହେଉଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ