ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ପୁଅର ଫୋନ୍ ଫେରସ୍ତ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ ବାପା

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ହାଇକୋର୍ଟରେ ଶୁଣାଣି ଚାଲିଥିବା ବ‌େଳେ ଆଦିତ୍ୟଙ୍କ ବାପା ନନ୍ଦକିଶୋର ଦାଶ(୫୫) ଆଜି ଭୁବନେଶ୍ବର ଏସ୍‌ଡିଜେଏମ୍ କୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିଛନ୍ତି। ପୁଲିସ ଜବତ କରିଥିବା ଆଦିତ୍ୟଙ୍କ ଓପୋ ମୋବାଇଲକୁ ଫେରସ୍ତ କରିବା ପାଇଁ ସେ କୋର୍ଟକୁ ନିବେଦନ କରିଛନ୍ତି। ଆଦିତ୍ୟ ‘ପିପୁଲ ଫର୍ ସେବା’ ନାଁରେ ଏକ ସାମାଜିକ ସଙ୍ଗଠନ ଚଳାଉଥିଲେ। ତାଙ୍କ ମୃତ୍ୟୁ ପରେ ବାପା ନନ୍ଦକିଶୋର ସଂସ୍ଥାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସଂସ୍ଥାର ପ୍ରାଧିକୃତ ନଥିପତ୍ରରେ ଆଦିତ୍ୟଙ୍କର ଉଭୟ ସିମ୍‌ର ନମ୍ବରକୁ ବ୍ୟବହାର କରାଯାଉଥିଲା। ମାତ୍ର ଜିଆର୍‌ପି ପୁଲିସ ତଦନ୍ତ ପାଇଁ ତାଙ୍କ ମୋବାଇଲ ଜବତ କରିଛି।

ଏହା ଭିତରେ ପ୍ରାୟ ୨୨ମାସ ବିତି ଯାଇଥିବାରୁ ବର୍ତ୍ତମାନ ପୁଣି ସଂଗଠନକୁ ପୂର୍ବାବସ୍ଥାକୁ ଫେରାଇବା ପାଇଁ ସିମ୍‌ ଦରକାର ହେଉଛି ବୋଲି ନନ୍ଦକିଶୋର କହିଛନ୍ତି। ଅପରପକ୍ଷରେ ମୋବାଇଲ ଓ ସିମ୍ ଦୀର୍ଘ ସମୟ ଅବ୍ୟବହୃତ ହୋଇପଡ଼ିଥିବାରୁ ତାହା ଖରାପ ହୋଇଯିବାର ଆଶଙ୍କା ରହିଥିବା ସେ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି। ଆସନ୍ତା ମେ’ ୧୧ରେ ଏସ୍‌ଡିଜିଏମ୍ କୋର୍ଟରେ ଏହାର ଶୁଣାଣି ହେବ ବୋଲି ନନ୍ଦକିଶୋରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀ ନିହାର ରଂଜନ ଓଝା ସୂଚନା ଦେଇଛନ୍ତି। ଆଦିତ୍ୟଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ କରି ଏହା ଏକ ଆତ୍ମହତ୍ୟା ବୋଲି କ୍ରାଇମବ୍ରାଞ୍ଚ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିସାରିଥିବା ବେଳେ ଆଦିତ୍ୟଙ୍କ ପରିବାରଲୋକ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ତେଣୁ କ୍ରାଇମବ୍ରାଞ୍ଚ୍‌ର ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ସିବିଆଇକୁ ତଦନ୍ତ ଭାର ଦେବା ପାଇଁ ନନ୍ଦକିଶୋର ହାଇକୋର୍ଟରେ ନିବେଦନ କରିଥିଲେ। ଏହାର ଶୁଣାଣି ଜାରି ରହିଥିବା ବେଳେ ଆସନ୍ତା ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।