ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ପରେ ଫୋପାଡି ଦିଆଯାଇଥିବା ସନ୍ଦେହ

ପାଟଣାଗଡ଼ ୦୬/୦୫: ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁଙ୍କ ମୃତଦେହ ଉଦ୍ଧାର । ପାଟଣାଗଡ ବନକାବିହାର ଗାଁ ନିକଟରୁ ମିଳିଛି ମୃତଦେହ । ତେବେ କନିଷ୍ଠ ଯନ୍ତ୍ରୀଙ୍କୁ କେହି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ସୂଚନା ଥାଉକି, ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ କୁମାର ସାହୁ କୌଣସି କାର୍ଯ୍ୟରେ ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ନିଖୋଜ ହୋଇଯାଇଥିଲେ । ତାଙ୍କ ମୃତ ଶରୀର ସହ ତାଙ୍କ ବାଇକ ବନକାବିଅର ଗାଁ ନିକଟରେ ପଡିଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେଇଥିଲେ ।

ପରେ ଖବର ପାଇ ପୋଲିସ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ । ମୃତକ କନିଷ୍ଠ ଯନ୍ତ୍ରୀ ହେଉଛନ୍ତି କଟକ ଜିଲ୍ଲା ଗୋପାଲ ନଗର କେସରଦା ଗାଁର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।