ଅପରାଧ ମନୋରଞ୍ଜନ

ବଲିଉଡ୍‌ରେ ୩୦ ବର୍ଷ ପୂରା କଲେ ଅକ୍ଷୟ : ଫ୍ୟାନ୍ସଙ୍କୁ ଦେଲେ ଧନ୍ୟବାଦ,ସେୟାର କଲେ ‘ପୃଥୀରାଜ୍‌’ର ରିଲିଜ୍‌ ଡେଟ୍‌

ନୂଆଦିଲ୍ଳୀ ୦୫।୦୫ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ‘ଖିଲାଡି’ ଭାବରେ ଜଣାଶୁଣା । ଅକ୍ଷୟ କୁମାର ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କ୍ୟାରିୟରର ୩୦ ବର୍ଷ ପୂରଣ କରିଛନ୍ତି। ଗତ ୩୦ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଏବଂ ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ କରି ଆସିଛନ୍ତି। କେତେବେଳେ ହିଟ୍‌ ଫିଲ୍ମ ତ କେତେବେଳେ ଫ୍ଲପ୍‌ ଆଉ କେତେବେଳେ ରୋମାନ୍ସ ତ କେବେ କମେଡି ଏହା ସହ ଆକ୍ସନ୍ ଥ୍ରୀଲରରେ ଅକ୍ଷୟଙ୍କ ଜଲୱା ଦେଖିବାକୁ ମିଳିଛି । ଏଥିପାଇଁ ସେ ତାଙ୍କ ସଫଳତାଙ୍କୁ ନେଇ ପ୍ରଶଂସକ ନିକଟରେ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

କେବଳ ଏତିକି ହିଁ ନୁହେଁ ତାଙ୍କ ଆଗାମୀ ଫିଲ୍ମ ‘ପୃଥୀରାଜ୍‌’ର ଏକ ନୂଆ ପୋଷ୍ଟର ରିଲିଜ୍‌ କରିଛନ୍ତି। ପ୍ରଡକ୍ସନ୍ ହାଉସ୍ ୟଶ ରାଜ ଫିଲ୍ମସ୍ ଅକ୍ଷୟଙ୍କ ଏହି ସଫଳତା ଉପରେ ଅଭିନ୍ଦନ ଜଣାଇଛିନ୍ତି। ଏହା ସହ ଟ୍ବିଟର ହ୍ୟାଣ୍ଡେଲ୍‌ରେ ପୋଷ୍ଟର କରିବା ସହ ଫିଲ୍ମର ରିଲିଜ୍‌ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି।ଭିଡିଓରେ ଅକ୍ଷୟ ତାଙ୍କର ଆଗାମୀ ଚଳଚ୍ଚିତ୍ର ପୃଥୀରାଜଙ୍କର ଏକ ପୋଷ୍ଟରରୁ ପରଦା ଉଠାଇଥିବାର ନଜର ଆସୁଛନ୍ତି। ତାଙ୍କ ପାଖରେ ଫିଲ୍ମର ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ମଧ୍ୟ ଉପସ୍ଥିତ ରହିଛନ୍ତି।

ବ୍ୟତୀତ ଏହି ଭିଡିଓରେ ଅକ୍ଷୟ କୁମାର କହିଛନ୍ତି, ମୁଁ ଜାଣିନଥିଲି ଯେ ମୁଁ ସିନେମା ଇଣ୍ଡଷ୍ଟ୍ରିରେ ୩୦ ବର୍ଷ ପୂରଣ କରିଛି। ମୋତେ ଏହି ଉପହାର ଦେଇଥିବାରୁ ଆଦିତ୍ୟ ଚୋପ୍ରାଙ୍କୁ ଧନ୍ୟବାଦ । ମୋର ଏପର୍ଯ୍ୟନ୍ତ ମନେ ଅଛି କି, ମୁଁ ଉଟିରେ ପ୍ରଥମ ସଟ୍ ଦେଇଥିଲି। ତାହା ପୁଣି ବବ୍ ଖ୍ରୀଷ୍ଟୋଙ୍କ ସହିତ ଏକ ଆକ୍ସନ୍ ସଟ୍ ଥିଲା । ମୁଁ ସମସ୍ତଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ସେଥି ପାଇଁ ଆଜି ଏତେ ଶୀର୍ଷରେ ପହଞ୍ଚି ପାରିଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ